Masthead

ଆଜି କାରଗିଲ ବିଜୟ ଦିବସ: ଛଳନା କରିଥିଲା ପାକିସ୍ତାନ ବୀରତ୍ୱ ଦେଖାଇଥିଲେ ଭାରତୀୟ ଯବାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଁ କାର୍ଗିଲ…ଆଜି ବି ସେମିତି ଠିଆ ହୋଇଛି । ଭାରତର ବକ୍ଷରେ ସେମତି ଛିଡ଼ା ହୋଇଛି ଅଚଳ ଅଟଳ ହୋଇ । କେତେ ଶୀତ ଆସି କେତେ ଶୀତ ଗଲାଣି । ହେଲେ ମୁଁ ସେମିତି ଛିଡ଼ା ହୋଇଛି । କିନ୍ତୁ ଆଜି ମନେ ପଡୁଛି ୧୯୯୯ ର ସେହି ଶୀତ । ଯାହା ଥିଲା ମୋ ପାଇଁ ଖୁବ୍ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ମାଡ଼ି ଆସୁଥିଲେ ଅନେକ ଅଜଣା ଚେହେରା । ସେମାନଙ୍କ ହାତରେ ଥିଲା ଅସ୍ତ୍ରଶସ୍ତ୍ର ଆଉ କାନ୍ଧରେ ଥିଲା ଭାରି ଏବଂ ଓଜନିଆ ବ୍ୟାଗ । ତଥାପି ମୁଁ ଭୟ କରିନଥିଲି । ସେମାନେ ସବୁ ଆସୁଥିଲେ ମୋର ଶିଖରରେ ରହିବାକୁ । ମୋତେ ସମ୍ପୂର୍ଣ୍ଣ ଅତିକାର କରିବା ପାଇଁ ଚଳାଇଥିଲେ କଷ୍ଟଦାୟକ ବ୍ୟବସ୍ଥା । ମୁଁ ସବୁ ଦେଖୁଥିଲି । ସେମାନଙ୍କ ବ୍ୟବସ୍ଥାରେ ଯେପରି କିଛି ଅସୁବିଧା ନ ଆସୁ ସେଥିପାଇଁ ରକେଟ ଲଞ୍ଚର ପରି ଅନେକ ହତିଆର ଜମା କରିଦିଆଯାଇଥିଲା । ହେଲେ ବୁଝିପାରୁନଥିଲି ଏମାନେ କିଏ? କାହିଁକ କି କରୁଛନ୍ତି ଏମିତି । ଏହାରି ଭିତରେ ଅନେକ ଶୀତ ଚାଲି ଗଲାଣି । କଳା ବାଦଲ ବି ହଟିଗଲାଣି । ହେଲେ ଆଜିବି ସେମିତ ଭାରତର ବକ୍ଷରେ ଛିଡ଼ା ହୋଇଛି ।

ଆଜି କାରଗିଲ ବିଜୟ ଦିବସ। ଆଜିର ଦିନରେ ନିଜ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେଇ ବୀର ଯବାନଙ୍କ ସ୍ମୃତିଚାରଣ କରୁଛନ୍ତି ଦେଶବାସୀ। ୧୯୯୯ ମସିହା ମେ ୩ । ପ୍ରାୟ ୫ ହଜାର ସୈନ୍ୟଙ୍କୁ କାରଗିଲ ଦାଖଲ ପାଇଁ ପଠାଇଥିଲା ପାକିସ୍ତାନ। ଭାରତୀୟ ସେନା ଏ ସମ୍ପର୍କରେ ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେସନ ବିଜୟ। ପାକିସ୍ତାନର ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା। ରଣକ୍ଷେତ୍ର ପାଲଟିଥିଲା କାରଗିଲ ପାହାଡ଼ର ବକ୍ଷ। ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସମ୍ପୂର୍ଣ୍ଣ ଇଲାକା। ଭାରତୀୟ ବାୟୁସେନା ମିଗ୍-୨୭ ଏବଂ ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିରରେ ଘନଘନ ବୋମାମାଡ଼ ହୋଇଥିଲା। ଏହା ସହ ବୋଫୋର୍ସ ତୋପର ଗର୍ଜନରେ ଥରି ଉଠିଥିଲା ଶତ୍ରୁର ଛାତି। ସମୁଦ୍ରପତ୍ତନରୁ ୫ ହଜାର ମିଟର ଉପରେ କଠିନ ପରିସ୍ଥିତିରେ ଯୁଦ୍ଧ ଲଢ଼ି ବିଜୟ ଲାଭ କରିଥିଲା ଭାରତୀୟ ସେନା।

ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ। ଜମ୍ମୁ-କଶ୍ମୀରରୁ କେବଳ ୭୧ ଜଣ ଯବାନ ସହିଦ ହୋଇଥିଲେ। ୧୯୯୯ ଜୁଲାଇ ୨୬ । ପାକିସ୍ତାନ ସେନା ଉପରେ ବିଜୟଲାଭ କରି କାରଗିଲରେ ଉଡ଼ିଥିଲା ତ୍ରିରଙ୍ଗା । ତ୍ରିରଙ୍ଗା ଉଡ଼ାଇଥିଲେ ଭାରତୀୟ ସେନାର ବୀର ଯବାନ। ଭାରତ ମାଟିର ଅନେକ ଯବାନ ନିଜର ଅଦମ୍ୟ ସାହସ ଓ ପ୍ରାଣବଳି ଦେଇ ଶତ୍ରୁ କବଳରୁ ଛଡ଼ାଇ ଆଣିଥିଲେ କାରଗିଲକୁ । ପାକିସ୍ତାନ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର। ଭାରତୀୟ ବୀର ଯବାନଙ୍କ ବୀରତ୍ଵ ଆଗରେ ଶେଷରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ। ଶେଷରେ ମେ ୩ ରୁ ପାକିସ୍ତାନ ଆରମ୍ଭ କରିଥିବା କାରଗିଲ ଯୁଦ୍ଧ ୧୯୯୯ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲାା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ