Masthead

ଆଜି ଅନୁଷ୍ଠିତ ହୋଇପାରେ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀଜିଉଙ୍କ ବନକଲାଗି ନୀତିକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ବିବାଦ । ଆଜି ବନକଲାଗି ନୀତି ସମ୍ପାଦନ କରିବାକୁ ଶ୍ରୀମନ୍ଦିର ଦତ୍ତମହାପାତ୍ର ନିଯୋଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ଏନେଇ ଦତ୍ତ ମହାପାତ୍ର ନିଯୋଗ ସହ ଆଲୋଚନା କରିଛନ୍ତି ଜିଳ୍ଲାପାଳ । ନୀତିରେ ବ୍ୟତିକ୍ରମ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୧୮ ରୁ ପ୍ରତି ବୁଧବାର ବନକଲାଗି କରାଯିବାପାଇଁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା ।

କିନ୍ତୁ ନୀଳାଦ୍ରୀ ବିଜେର ୨୫ ଦିନ ପରେ ବି ବନକଲାଗି ନୀତି ହୋଇପାରି ନାହିଁ । ଗତ ବୁଧବାର ନୀତି ସଂପାଦନ ନ କରିଥିବାରୁ ଦତ୍ତମହାପାତ୍ର ନିଯୋଗକୁୁ ନୋଟିସ ଜାରି ହୋଇଥିଲା । କିନ୍ତୁ ଜବାବରେ ଉତ୍ତର ସନ୍ତୋଷ ଜନକ ନଥିଲା ।

ଏଥି ନିମନ୍ତେ ପୁଣି ଥରେ ଆଜି ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରେକର୍ଡ ଅଫ ରାଇଟସ୍ ଆଧାରରେ ଗୁରୁବାର ବନକଲାଗି ନୀତି କରିବାକୁ ଜିଦରେ ଅଡି ବସିଛନ୍ତି ଦତ୍ତମହାପାତ୍ର ସେବାୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି