Masthead

ହ୍ୱାଟସ୍ଆପରେ ଭିଡିଓ କଲ୍ ରିସିଭ କରି ଫସିଗଲେ ମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀଙ୍କୁ ବ୍ଲାକମେଲ କଲେ ସାଇବର ଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ । ସବୁଠୁ ବଡ ସମସ୍ୟା ହେଉଛି ସାଇବର ଅପରାଧୀଙ୍କୁ ଚିହ୍ନଟ କରିବା ବହୁତ ମୁସ୍କିଲ ହୋଇପଡ଼ୁଛି । ଦେଶର ଯେକୌଣସି ସ୍ଥାନରେ ବସି ସେମାନେ କରୁଛନ୍ତି ସାଇବର କ୍ରାଇମ । ବର୍ତ୍ତମାନ ଦେଶରରେ ସାଇବର ଅପରାଧକୁ ଅଟକାଇବା ପାଇଁ ପୋଲିସ ପାଖରେ ଯଥେଷ୍ଟ ବ୍ୟବସ୍ତା ମଧ୍ୟ ନାହିଁ । ଏବେ ସାଇବର ଅପରାଧୀଙ୍କ ନୂଆ ମାଧ୍ୟମ ସାଜିଛି ହ୍ୱାଟସଆପ୍ ।  ହ୍ୱାଟସ୍ ଆପ୍ ମାଧ୍ୟମରେ ହେଉଥିବା ସାଇବର ଅପରାଧରେ ଆପରାଧୀଙ୍କୁ ଧରିବା ବହୁତ କଷ୍ଟ ହୋଇପଡ଼ୁଛି ।

ତେବେ ପ୍ରତ୍ୟେକ ଦିନ ଦେଶରେ ସାଇବର ଅପରାଧର ବଡ଼ ବଡ଼ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏଥର ସାଇବର ଅପରାଧୀଙ୍କ ଶିକାର ହୋଇନାହାଁନ୍ତି ଜଣେ କେନ୍ଦ୍ର ମନ୍ତ୍ରୀ । ସାଇବର ଅପରାଧୀମାନେ ଶିଳ୍ପ ବିଭାଗର ଓ ଜଲ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ କରିଛନ୍ତି ଟାର୍ଗେଟ ।  ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଛନ୍ତି ଠକ।  ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗରେ ସେ କହିଛନ୍ତି  ମନ୍ତ୍ରୀଙ୍କ ହ୍ୱାଟସ୍ଆପରେ ଏକ ଅଜଣା ନମ୍ବରୁ ଭିଡିଓ କଲ୍ ଆସିଥିଲା ।

ଭିଡିଓ କଲ୍ ପାଇବା ପରେ ଆରପାର୍ଶ୍ୱରେ ଥିବା ମହିଳା ତାଙ୍କ ପୋଷାକ ଖୋଲିବା ଆରମ୍ଭ କରିଥିଲେ। ନଗ୍ନ କଲ୍ ଦେଖି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସଙ୍ଗେ ସଙ୍ଗେ କଲକୁ କାଟିଦେଇଥିଲେ । ଏହା ପରେ ସେ ପ୍ରଥମେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଏବଂ ଏଫଆଇଆର ଦାଖଲ କରିଥିଲେ। ତେବେ ମନ୍ତ୍ରୀଙ୍କ ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ଦିଲ୍ଲୀ ପୋଲିସ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ରାଜସ୍ଥାନର ଭରତପୁରରୁ ଦୁଇ ଜଣ ଅପରାଦଧୀଙ୍କୁ ଗିରଫ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ