Masthead

ବିଧାୟକ ସରୋଜ ମେହେରଙ୍କ ବଢୁଛି ଅଡୁଆ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବିଧାୟକ ସରୋଜ ମେହେରଙ୍କ ବଢୁଛି ଅଡୁଆ । ପର୍ଶୁରାମଙ୍କୁ ବିଧାୟକ ଅସମ୍ମାନ ଘଟଣାରେ ଆନ୍ଦୋଳନ ତେଜିବାରେ ଲାଗିଛି । ଦଶ ଦିନ ହେଲା ବ୍ରହ୍ମପୁରା ଛକରେ ପ୍ରତିବାଦ ଜାରି ରହିଛି ଓ ଆଜି ଧାରଣାସ୍ଥଳରେ ବିଷ୍ନୁ ସହସ୍ର ନାମ ପାଠ ଓ ହୋମ ଯଜ୍ଞ କରାଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ସମାଜର ଅଧ୍ୟକ୍ଷ ରତିକାନ୍ତ ଦାସ ସାମିଲ ହୋଇ ମନ୍ତ୍ରପାଠ କରିଥିଲେ । ବିବାଦୀୟ ଜାଗାରୁ ବିଜୁ ପ୍ରତିମୂର୍ତ୍ତୀ ହଟାଇ ପର୍ଶୁରାମଙ୍କ ଫଟୋ ପୁନଃସ୍ଥାପନ କରିବା ପାଇଁ ପୂଜାର୍ଚ୍ଚନା କରାଯାଇଛି ।

ଏତିକି ସତ୍ତ୍ୱେ ପ୍ରଶାସନ ଓ ବିଧାୟକଙ୍କ ଚେତା ପଶୁ ନଥିବାରୁ, ସରୋଜ ମେହେରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଓଡିଶା ବ୍ରାହ୍ମଣ ସମାଜ । ପାଟଣାଗଡ଼ ନୁହେଁ ଏଣିକି ରାଜଧାନୀରେ ଦେଖାହେବ ବୋଲି ବିଧାୟକଙ୍କୁ ଚେତାବନୀ ଦିଆଯାଇଛି । ଏବଂ ଆସନ୍ତାକାଲି ଠାରୁ ସିଂହଦ୍ୱାର ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସେ ଜଗନ୍ନାଥଙ୍କୁ ଅପମାନିତ କରି ଥିବାରୁ ବହୁ ମୂଲ୍ୟ ଦେବାକୁ ପଡିବ । କେବଳ ଓଡ଼ିଶା ନୁହଁ ଦେଶର ୧୨୦ କୋଟି ଜଗନ୍ନାଥ ପ୍ରେମୀଙ୍କୁ କୁଠାରାଘାତ ଦେଇଥିବା ସେ କହିଛନ୍ତି । ତେଣୁ ତାଙ୍କୁ କୌଣସି ଧାର୍ମିକ ସ୍ଥଳରେ ପୁରାଇ ନଦେବା ସହ ଟମାଟୋ ମାଡ କରାଯିବ ବୋଲି ବ୍ରାହ୍ମଣ ସମାଜ ଚେତେଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ