Masthead

ବିଧାୟକ ସରୋଜ ମେହେରଙ୍କ ବଢୁଛି ଅଡୁଆ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବିଧାୟକ ସରୋଜ ମେହେରଙ୍କ ବଢୁଛି ଅଡୁଆ । ପର୍ଶୁରାମଙ୍କୁ ବିଧାୟକ ଅସମ୍ମାନ ଘଟଣାରେ ଆନ୍ଦୋଳନ ତେଜିବାରେ ଲାଗିଛି । ଦଶ ଦିନ ହେଲା ବ୍ରହ୍ମପୁରା ଛକରେ ପ୍ରତିବାଦ ଜାରି ରହିଛି ଓ ଆଜି ଧାରଣାସ୍ଥଳରେ ବିଷ୍ନୁ ସହସ୍ର ନାମ ପାଠ ଓ ହୋମ ଯଜ୍ଞ କରାଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ସମାଜର ଅଧ୍ୟକ୍ଷ ରତିକାନ୍ତ ଦାସ ସାମିଲ ହୋଇ ମନ୍ତ୍ରପାଠ କରିଥିଲେ । ବିବାଦୀୟ ଜାଗାରୁ ବିଜୁ ପ୍ରତିମୂର୍ତ୍ତୀ ହଟାଇ ପର୍ଶୁରାମଙ୍କ ଫଟୋ ପୁନଃସ୍ଥାପନ କରିବା ପାଇଁ ପୂଜାର୍ଚ୍ଚନା କରାଯାଇଛି ।

ଏତିକି ସତ୍ତ୍ୱେ ପ୍ରଶାସନ ଓ ବିଧାୟକଙ୍କ ଚେତା ପଶୁ ନଥିବାରୁ, ସରୋଜ ମେହେରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଓଡିଶା ବ୍ରାହ୍ମଣ ସମାଜ । ପାଟଣାଗଡ଼ ନୁହେଁ ଏଣିକି ରାଜଧାନୀରେ ଦେଖାହେବ ବୋଲି ବିଧାୟକଙ୍କୁ ଚେତାବନୀ ଦିଆଯାଇଛି । ଏବଂ ଆସନ୍ତାକାଲି ଠାରୁ ସିଂହଦ୍ୱାର ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ସେ ଜଗନ୍ନାଥଙ୍କୁ ଅପମାନିତ କରି ଥିବାରୁ ବହୁ ମୂଲ୍ୟ ଦେବାକୁ ପଡିବ । କେବଳ ଓଡ଼ିଶା ନୁହଁ ଦେଶର ୧୨୦ କୋଟି ଜଗନ୍ନାଥ ପ୍ରେମୀଙ୍କୁ କୁଠାରାଘାତ ଦେଇଥିବା ସେ କହିଛନ୍ତି । ତେଣୁ ତାଙ୍କୁ କୌଣସି ଧାର୍ମିକ ସ୍ଥଳରେ ପୁରାଇ ନଦେବା ସହ ଟମାଟୋ ମାଡ କରାଯିବ ବୋଲି ବ୍ରାହ୍ମଣ ସମାଜ ଚେତେଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼