Masthead

ଜଳପ୍ରପାତରେ ବୁଡ଼ି ଛାତ୍ର ମୃତ

ବାରିପଦା (ବଡ଼ ଖବର ବ୍ୟୁରୋ):  ସେଲଫି ହେଲା କାଳ, ଜଳ ପ୍ରପାତରେ ବୁଡି ଜଣେ ଛାତ୍ର ମୃତ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟୁଙ୍କି ଜଳପ୍ରପାତକୁ ସମ୍ପର୍କୀୟଙ୍କ ସହିତ ବୁଲିବାକୁ ଆସିଥିବା ଛାତ୍ର ସେଲଫି ନେଉଥିବା ବେଳେ ଅସାବଧାନତା ହେତୁ ଜଳପ୍ରପାତରେ ବୁଡି ଜଣଙ୍କର ମୃତ ହୋଇଥିବାର ଜଣା ପଡିଛି । ଗତକାଲି ବାଲେଶ୍ୱର ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ଅମିତାଂଶୁ ବେହେରାଙ୍କ ସହିତ ତାଙ୍କର ସମ୍ପର୍କୀୟ ମାନେ ଟୁଙ୍କି ଜଳ ପ୍ରପାତକୁ ବୁଲିବାକୁ ଆସିଥିଲେ । ଜଳପ୍ରପାତ ଉପରେ ସେଲଫି ନେଉଥିବା ସମୟରେ ଅସାବଧାନତା ହେତୁ ଅମିତାଂଶୁ ଜଳପ୍ରପାତରେ ଖସି ପଡ଼ିଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଜନ୍ମ ବେଦୀକୁ ବିଜେ କରିବେ ମଣିମା 🔴 ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୁରୀରେ ଅଘଟଣ, ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ