Masthead

ମଣିପୁର ଉତ୍ତର ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ, ଯାହ ୯୦ ଦିନ ଧରି ଜଳୁଛି : ପ୍ରିୟଙ୍କା ଚତୁର୍ବେଦୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଦେଖା ଦେଇଛି । ଏହାରି ମଧ୍ୟରେ ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣିଆ ସାଂସଦ ପ୍ରତିନିଧି ଦଳ ମଣିପୁର ଗସ୍ତ କରି ଫେରିଛନ୍ତି । ମଣିପୁର ସ୍ଥିତି ସମୀକ୍ଷା ପରେ ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ଦେଇଛନ୍ତି । ବିରୋଧୀ ଦଳ ଇଣ୍ଡିଆ ସରକାରକୁ ଘେରିବାକୁ ଏହା ଏକ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ସମୟରେ ନେତାଙ୍କ ମଧ୍ୟରେ ବାକ୍-ଯୁଦ୍ଧ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିବା ବିକାଶ ଦେଖିବାକୁ ଉତ୍ତର-ପୂର୍ବକୁ ଯାଇଥିବା ବିରୋଧୀ ସାଂସଦମାନଙ୍କୁ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ବାସ୍ତବରେ ମୋଦି ସରକାରଙ୍କ ମନ୍ତ୍ରୀମାନେ ବିରୋଧୀ ଦଳର ପ୍ରତିନିଧୀଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି । ବିରୋଧୀ ରାଜନୀତି କରୁଥିବା ଅଭିଯୋଗ ହେଉଛି।

କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଏକ ଟ୍ୱିଟକୁ ଜବାବ ଦେଇ ଲେଖିଛନ୍ତି, “ମୁଁ ପି ଚିଦାମ୍ବରମ ଜୀଙ୍କୁ ଉତ୍ତର-ପୂର୍ବକୁ ନେବାକୁ ଚାହୁଁଛି। ତାଙ୍କୁ ଗତ ୯ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି କଂଗ୍ରେସ ସରକାର ଅପେକ୍ଷା ଅତୀତରେ ଅଧିକ ବିମାନବନ୍ଦର ଏବଂ ହେଲିପୋର୍ଟ ନିର୍ମାଣ କରିଛନ୍ତି । ଦେଶର ବିକାଶ ହୋଇଛି । ଯାହାକୁ ନେଇ ଉତ୍ତର ରଖିଛନ୍ତି ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ । ସେ କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ କ୍ୟାବିନେଟ ମନ୍ତ୍ରୀ ମଣିପୁର ଇମ୍ଫାଲରେ ପହଞ୍ଚିଲେ ମୁଁ ଏକଥା ବିଶ୍ୱାସ କରିବି । ମଣିପୁର ଉତ୍ତର ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ଯାହ ୯୦ ଦିନ ଧରି ଜଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ