Masthead

ଆମେ କାହା ସହ ଡିଲ କରିନୁ , ଏକୁଟିଆ ଲଢିବୁ: ତାରା ବାହିନୀପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗୁଆ ନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ବିଧାୟକ ତାରା ବାହାନୀପତିଙ୍କ ସାଙ୍ଘାତିକ ବୟାନ । କହିଛନ୍ତି ବିଜେଡି ଓ ବିଜେପି ମଧ୍ୟରେ ଡିଲ ହୋଇଥିବାରୁ ଆଗୁଆ ନିର୍ବାଚନ କଥା ସେ କହୁଛନ୍ତି । ଏନେଇ ଦିଲ୍ଲୀରେ କଥାବାର୍ତ୍ତା ସରିଛି । ବିଜେପି ଯେଉଁଠି ଜିତିବାକୁ ଚାହିଁବ ବିଜେଡି ସେଠାରେ ଦୁର୍ବଳ ପ୍ରାର୍ଥୀ ଦେବ। ସେମାନେ ବିଜେଡି ସହ କଥାବାର୍ତ୍ତା ହୋଇଛନ୍ତି। ତୁରନ୍ତ ନିର୍ବାଚନ କଲେ ବିଜେଡି ଓ ବିଜେପି କେତେ ସିଟ ନେବେ ଭାଗବଣ୍ଟା କରି ମିଳିତ ସରକାର କରିବେ। ଫଳରେ ଓଡ଼ିଶାର ୨୧ ସାଂସଦ ନେଇ ପାରିବେ । ଏହା ସମ୍ପୂର୍ଣ୍ଣ ଭାବରେ ଡିଲ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଡାଇରେକ୍ଟ ଏହା କହୁ ନାହାନ୍ତି ।

ସେ ପରୋକ୍ଷ ଭାବରେ କହୁଛନ୍ତି ବିଜେଡି ଓ ଆମର ଡିଲ ହୋଇ ଗଲାଣି, କିପରି ଆମେ ୨୧ ସିଟ ନେବା ପାଇଁ । ଆଉ ଉଭୟ ଦଳ ମିଶି କରି ସରକାର ଗଢ଼ିବୁ। ଏମିତି କି କେନ୍ଦ୍ର ଓ ରାଜ୍ୟ ପାଇଁ ତାଙ୍କର ଡିଲ ସରିଲାଣି। ଯଦି ଆଗୁଆ ନିର୍ବାଚନ କରିବେ ମିଶିକି ଲଢ଼ିବେ । ବିଜେପିକୁ କେନ୍ଦ୍ରରେ ୨୧ ଏମପି ଆବଶ୍ୟକ। ବିଜେଡିର ଯେତିକି ସାଂସଦ ଦିଲ୍ଲୀ ଯାଇଛନ୍ତି ସମସ୍ତେ ବିଜେପିକୁ ପ୍ରତେକ ବିଲରେ ସାହାଯ୍ୟ କରୁଛନ୍ତି। ତେଣୁ ରାଜ୍ୟରେ ବିଜେପି ଓ ବିଜେଡି ଲଢ଼େଇର ଡ୍ରାମା କରି ଖୁଚୁରା ଲଢେଇ କରୁଛନ୍ତି।ଭୋଟର ଏମାନଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ । ଯଦି ଆସନ୍ତାକାଲି ମଧ୍ୟ ନିର୍ବାଚନ ହୁଏ ତାହାଲେ କଂଗ୍ରେସ ଲଢେଇ ପାଇଁ ପ୍ରସ୍ତୁତ ଅଛି। ଆମେ କାହା ସହ ଡିଲ କରିନୁ। ଏକୁଟିଆ ଲଢ଼ିବୁ। ମେଣ୍ଟ ଇଣ୍ଡିଆ ପରେ ବିଜେଡି ଓ ବିଜେପି ଡିଲ କଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ