ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରୁଛନ୍ତି । ତେଣୁ ସେମାନଙ୍କୁ ଅଟକାଇବା cଜରୁରୀ । ତାଙ୍କୁ ଏକୁଟିଆ ଅଟକାଇବା ସହଜ ନୁହେଁ ସମସ୍ତ ବିରୋଧୀ ଏକଜୁଟ ହେବା ଜରୁରୀ ।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଅଧିକ ସତର୍କ ଅଛନ୍ତି । ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଖାଲି ସ୍ତିକି ନୁହେଁ ମଧ୍ୟପ୍ରଦେଶ ଏବଂ ଛତିଶଗଡକୁ ନେଇ ସେ ବିଜେପି ଉପରେ ଉପରେ ବର୍ଷିଛନ୍ତି ।