Masthead

ସୌମ୍ୟଙ୍କ ପାଇଁ ସାରା ଗାଁ ସ୍ତବ୍ଧ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ସୌମ୍ୟଙ୍କ ପାଇଁ ଆଜି ସାରା ଗାଁ ସ୍ତବ୍ଧ । ଏକ ଦୁର୍ଘଟଣାରେ ପ୍ରାଣ ହରାଇ ସମସ୍ତଙ୍କୁ ଏକା କରି ଛାଡ଼ିଯାଇଛନ୍ତି ସମସ୍ତଙ୍କ ପ୍ରିୟ ଲୁଲୁ । ଯାହାକୁ ନେଇ ସାରା ଗାଁରେ ଶୋକାକୂଳ ପରିସ୍ଥତି । ଧନ ତୁ ଫେରି ଆ । ବାବୁରେ ତୁ ଫେରିଆ । ସୌମ୍ୟ ତୁ ଫେରି ଆ । ତୋ ମାଆ ଡାକୁଛିରେ ଧନ.. ତୋ ବାପା ବି ଡାକୁଛି । ତୋତେ ସାରା ଗାଁ ଅନାଇ ବସିଛି । ତୋ ଦାଦା, ଖୁଡ଼ି , ତୋ ବଡ଼ ମାଆ ତୋ ବଡ଼ବାପା ସମସ୍ତେ ଅନାଇ ବସିଛନ୍ତି । ଆଉ ତୁ ଅଭିମାନ କରନା । ଫେରି ଆ .. ସୌମ୍ୟ ରଞ୍ଜନ ଖୁଣ୍ଟିଆ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦାମୋଦରପୁର ଗ୍ରାମର ନିରଞ୍ଜନ ଖୁଣ୍ଟିଆଙ୍କ ପୁଅ ସୌମ୍ୟ । ଏକ ରୋଡ଼ ଦୁର୍ଘଟଣାରେ ସମସ୍ତଙ୍କୁ ଏକା କରି ଛାଡ଼ି ଯାଇଛନ୍ତି ସୌମ୍ୟ ।

ଦେଇ ଯାଇଛନ୍ତି ଦାରୁଣ ଦୁଃଖ । ସମସ୍ତଙ୍କୁ ହସାଉଥିବା ସୌମ୍ୟ ଆଜି ସମସ୍ତଙ୍କୁ କନ୍ଦାଇ ଦେଇଛନ୍ତି । ଗତ ୩୧ରେ ସୌମ୍ୟ ନିଜ ବନ୍ଧୁଙ୍କ ସହ ଏକ ଜରୁରୀ କାମରେ କଲେଜକୁ ଯାଇଥିଲେ । କାମ ସାରି ସନ୍ଧ୍ୟାରେ ଟାଙ୍ଗି ଦେଇ କପିଳା ରୋଡ଼ ରେ ଦାମୋଦରପୁରକୁ ଆସୁଥିବା ବେଳେ ଦେଓଗାଁ ପାଖରେ ଏକ ପିକପ ଭ୍ୟାନ୍ ତାକୁ ଧକ୍କା ଦେଇଥିଲା । ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଏହା ପରେ କଟକର ୩ ଦିନ ରହିବା ପରେ ଆଜି ତାଙ୍କର ମୃତୁ୍ୟ ହୋଇଛି । ତାଙ୍କ ବିୟଗରେ ସାରା ଗାଁ ଆଜି ସ୍ତବ୍ଧ ହୋଇ ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ