Masthead

ମିଳୁନି ଘର ପାଇଁ ପଲିଥିନ, ବର୍ଷାରେ ଧାରଣାରେ ଜିଲ୍ଲାପରିଷଦ ସଭ୍ୟା

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ): ଧାରଣାରେ ଜିଲ୍ଲା ପରିଷଦ ସଭ୍ୟା । ବର୍ଷାରେ ଭିଜି ଭିଜି ଆନ୍ଦୋଳନ । ଧାରଣାରେ ବସିଛନ୍ତି ଜିଲ୍ଲା ପରିଷଦ ସଭ୍ୟା । ଗରିବ ଲୋକଙ୍କୁ ପଲିଥିନ୍ ଯୋଗାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ । ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ବିଲେଇମରା ଗାଁରେ ଧାରଣା ଦେଇଛନ୍ତି ଅନିମା ଦାସ । ତାଙ୍କ ଅଭିଯୋଗ ବର୍ଷା ଆଗରୁ ଗାଁର ଗରିବ ଲୋକଙ୍କୁ ପଲିଥିନ୍ ଯୋଗାଇବା ପାଇଁ ବ୍ଲକ ପ୍ରଶାସନକୁ ଜଣାଇଥିଲେ । ହେଲେ ଏଯାଏଁ ଲୋକଙ୍କୁ ପଲିଥିନ୍ ଯୋଗାଇ ନଥିବାରୁ ଆଜି ଗାଁରେ ଭିଜି ଭିଜି ଧାରଣାରେ ବସିଛନ୍ତି ଅନିମା ।

ଏପରିକି ଏନେଇ ସେ ବ୍ଲକ ପ୍ରଶାସନକୁ ଜଣାଇବା ପରେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଗରିବ ଲୋକଙ୍କ ଘରେ ପାଣି ଗଳି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସେମାନଙ୍କୁ ପଲିଥିନ୍ ଦିଆଯାଇ ନଥିବାରୁ ତାର ପ୍ରତିବାଦ ସ୍ଵରୂପ ବର୍ଷା ପାଣିରେ ଧାରଣାରେ ବସିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ । ସେପଟେ ଏନେଇ ବ୍ଲକ୍ କିମ୍ବା ଜିଲ୍ଲା ପ୍ରଶାସନର କାହାରି ପ୍ରତିକ୍ରିୟା ମିଳିପାରି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ