Masthead

ନିତିନ ଦେଶାଇଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ): ହିନ୍ଦୀ ସିନେ ଜଗତରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଆଉ ନାହାନ୍ତି ପ୍ରଖ୍ୟାତ କଳାନିର୍ଦ୍ଦେଶକ ନିତିନ ଦେଶାଇ ।୫୮ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ନିତିନ ।ସଲମାନ ଖାନଙ୍କ ‘ହମ୍ ଦିଲ ଚୁକେ ସନମ’, ଶାହାରୁଖ ଖାନଙ୍କ ‘ଦେବଦାସ, ଅମୀର ଖାନଙ୍କ ‘ଲଗନ’ ସମେତ ବଲିଉଡର ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶଇଙ୍କ ମୃତ୍ୟୁ ବଲିଉଡକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ ମୁମ୍ବାଇ ନିକଟସ୍ଥ କର୍ଜତରେ ଥିବା ଏନଡି ଷ୍ଟୁଡିଓରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଇଛି ।ନିତିନ ଦେଶାଇଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ନିତିନ ଦେଶାଇଙ୍କ ମୃତ୍ୟୁ ରେ ହେମା ମାଳିନୀ, ସଞ୍ଜୟ ଦତ୍ତ, ରିତେଶ ଦେଶମୁକ, ପରିଣୀତି ଚୋପ୍ରାଙ୍କ ସହ ଅନେକ ତାରକା ଶୋକ ପ୍ରକାଶ କରିଛନ୍ତି । ଏସବୁ ମଧ୍ୟରେ ବର୍ତ୍ତମାନ ନିତିନ ଦେଶାଇଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା