ନିତିନ ଦେଶାଇଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ

ମୁମ୍ବାଇ  (ବଡ଼ ଖବର ବ୍ୟୁରୋ): ହିନ୍ଦୀ ସିନେ ଜଗତରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଆଉ ନାହାନ୍ତି ପ୍ରଖ୍ୟାତ କଳାନିର୍ଦ୍ଦେଶକ ନିତିନ ଦେଶାଇ ।୫୮ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ନିତିନ ।ସଲମାନ ଖାନଙ୍କ ‘ହମ୍ ଦିଲ ଚୁକେ ସନମ’, ଶାହାରୁଖ ଖାନଙ୍କ ‘ଦେବଦାସ, ଅମୀର ଖାନଙ୍କ ‘ଲଗନ’ ସମେତ ବଲିଉଡର ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରିଥିବା କଳା ନିର୍ଦ୍ଦେଶକ ନିତିନ ଦେଶଇଙ୍କ ମୃତ୍ୟୁ ବଲିଉଡକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁଯାୟୀ ମୁମ୍ବାଇ ନିକଟସ୍ଥ କର୍ଜତରେ ଥିବା ଏନଡି ଷ୍ଟୁଡିଓରୁ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଇଛି ।ନିତିନ ଦେଶାଇଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ନିତିନ ଦେଶାଇଙ୍କ ମୃତ୍ୟୁ ରେ ହେମା ମାଳିନୀ, ସଞ୍ଜୟ ଦତ୍ତ, ରିତେଶ ଦେଶମୁକ, ପରିଣୀତି ଚୋପ୍ରାଙ୍କ ସହ ଅନେକ ତାରକା ଶୋକ ପ୍ରକାଶ କରିଛନ୍ତି । ଏସବୁ ମଧ୍ୟରେ ବର୍ତ୍ତମାନ ନିତିନ ଦେଶାଇଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ