Masthead

‘କ୍ଷମା ମାଗୁନି ଅର୍ଥ ଅହଙ୍କାରୀ ନୁହେଁ’

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବ ଶୁଣାଣି । ଏହା ପୂର୍ବରୁ ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ, ମୁଁ ଏହି ଅପରାଧରେ ଦୋଷୀ ନୁହେଁ। ତେଣୁ ଦଣ୍ଡ ଉପରେ ରୋକ ଲଗାଯାଉ। ଯଦି କ୍ଷମା ମାଗିବା ଏବଂ ଦଣ୍ଡ ହ୍ରାସ କରିବାର ଥିଲା, ତେବେ ମୁଁ ବହୁତ ଦିନ ପୂର୍ବରୁ କରିପାରିଥା’ନ୍ତି।

ଅଭିଯୋଗକାରୀ ବିଜେପିର ପୂର୍ଣ୍ଣେଶ ମୋଦି ନିଜେ ମୋଦି ସମ୍ପ୍ରଦାୟର ନୁହନ୍ତି। କ୍ଷମା ମାଗି ନ ଥିବାରୁ ମୋତେ ଅହଂକାରୀ କହିବା ଭୁଲ୍‌। ପୂର୍ଣ୍ଣେଶ ମୋଦି ସରନେମ ମାମଲାରେ ଜୁଲାଇ ୩୧ରେ ସୁପ୍ରିମ୍‌କୋର୍ଟରେ ଏକ ଜବାବ ଦାଖଲ କରିଥିଲେ। ପୂର୍ଣ୍ଣେଶ ମୋଦି ସୁପ୍ରିମ୍‌କୋର୍ଟରେ ଦେଇଥିବା ଜବାବରେ ରାହୁଲ କ୍ଷମା ମାଗିବାକୁ ମନା କରିବାରୁ ‘ଅହଂକାରୀ’ ଶବ୍ଦ ବ୍ୟବହାର କରିଛନ୍ତି। ରାହୁଲଙ୍କୁ ଆଶ୍ୱସ୍ତି ଦେବା ପାଇଁ କୌଣସି ଆଧାର ନାହିଁ ବୋଲି ପୂର୍ଣ୍ଣେଶ ମୋଦି କହିଛନ୍ତି। ତାଙ୍କର ଆଚରଣ ଗର୍ବରେ ପରିପୂର୍ଣ୍ଣ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍