Masthead

କିର୍ମିରା ଆବାସ ଘୋଟାଲା ମାମଲା, ୪ବର୍ଷ ପରେ ବନ୍ଧା ହେଲେ ୧୫ ଠକ

ଲଇକେରା,(ବଡ଼ ଖବର ବ୍ୟୁରୋ): ଆବସ ଘୋଟଲାରେ ୪ବର୍ଷ ପରେ କାର୍ଯ୍ୟାନୁଷ୍ଠାନ । ୧୫ ଜଣଙ୍କୁ ଗିରଫ କରିଛି ଲଇକେରା ପୋଲିସ । ୨୦୧୬ରେ କିର୍ମିରା ବ୍ଲକ ସୁଲେହି ପଞ୍ଚାୟତରେ ହୋଇଥିବା ଏହି ଆବାସ ଘୋଟାଲର ତଦନ୍ତ କରି ଶୁକ୍ରବାର ୧୫ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଆବସ ଯୋଗାଇଦେବା ନାଁରେ ସୁଲେହି ପଞ୍ଚାୟତ ଜିଆରଏସ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ପ୍ରାୟ ୨୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଝାରସୁଗୁଡ଼ାର ତତ୍କାଳୀନ ଜିଲ୍ଲାପାଳ ଏହାର ତଦନ୍ତ ନର୍ଦ୍ଦେଶ ଦେବା ପରେ ୨୦୧୬ ସେପ୍ଟେମ୍ବର ୧୬ରେ ତତ୍କାଳୀନ କିର୍ମିରା ବିଡିଓ ଲଇକେରା ଥାନାରେ ସମ୍ପୃକ୍ତ ଜିଆରଏସଙ୍କ ବିରୋଧରେ ଏତଲା ଦେଇଥିଲେ । ୪ ବର୍ଷ ପରେ ସମ୍ପୃକ୍ତ ଜିଆରଏସଙ୍କ ସମେତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଉଠାଇଥିବା ୧୪ ଜାଲି ହିତାଧିକାରୀଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ