Masthead

ଲୋକେ ପିଉଛନ୍ତି ମଇଳା ପାଣି

ବୈପାରିଗୁଡ଼ା, (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ସ୍ୱଚ୍ଛ ପାଣି ଯୋଗାଇ ଦେବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ବାସ୍ତବରେ ଲୋକେ କିନ୍ତୁ ପିଉଛନ୍ତି ଦୂଷିତ ପାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ । ବୈପାରିଗୁଡ଼ା ପଞ୍ଚାୟତର ୬ଟି ୱାର୍ଡକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଓଭରହେଡ୍ ଟାଙ୍କି । ସହିଦ ଲକ୍ଷ୍ମଣ ନାୟକ ପାଠାଗର ନିକଟରେ ଥିବା ଏହି ପାଣିଟାଙ୍କିର ଅବସ୍ଥା ନ କହିବା ଭଲ । ଲଟାବୁଦାରେ ପାଣିଟାଙ୍କିର ଚିତ୍ର ଲିଭିବାକୁ ବସିଲାଣି । ଏତିକି ନୁହେଁ, ଠିକାଦାରଙ୍କ ଖାମଖିଆଲ ମନୋଭାବ ଯୋଗୁ ୩ଟି ୱାର୍ଡର ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ବୈପାରିଗୁଡ଼ାର ୬ ୱାର୍ଡକୁ ପିଇବା ପାଣି ଯୋଗାଇ ଦେବା ପାଇଁ ବିଛାଯାଇଥିବା ପାଇପ ଉପରେ ପ୍ଲେଟ ପଡ଼ି ନ ଥିବାରୁ ପାଇପରେ ପଶୁଛି ଡ୍ରେନର ମାଇଳା ପାଣି । ଏନେଇ ଜଳ ଯୋଗାଣ ଓ ପରିମଳ ବିବାଗ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଠିକାଦାରଙ୍କ ଖାମଖିଆଲ ମନୋଭାବ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଇଛନ୍ତି ୱାର୍ଡବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା