Masthead

ପାସପୋର୍ଟ ନାହିଁ ତ ଅସୁବିଧା ନାହିଁ, ଭର୍ଚୁଆଲରେ ପାକିସ୍ତାନ ଝିଅକୁ ବିବାହ କଲେ ଯୋଧପୁର ପୁଅ

ଯୋଧପୁର (ବଡ଼ ଖବର ବ୍ୟୁରୋ): ସଚିନ-ସୀମାଙ୍କ ପ୍ରେମ କହାଣୀ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହିଛି । ଏହି ଚର୍ଚ୍ଚା ଥମିନଥିବାବେଳେ ଆସିଛି ପୁଣି ଏକ ସୀମା ପାର ପ୍ରେମ କାହାଣୀ । ଏଥର ଏହା ସୀମା ପାର କରି ନୁହେଁ, ବରଂ ଭର୍ଚୁଆଲରେ ବିବାହ ହୋଇଛି । ବଧୂ ସାଜିଛନ୍ତି ପାକିସ୍ତାନ କରାଚିର ଝିଅ ଅମିନା । ଆଉ ବର ରାଜସ୍ଥାନ ଯୋଧପୁରର ଅରବାଜ । ଏବେ ଏ ଦୁହେଁ ଭର୍ଚୁଆଲରେ ବିବାହ କରିଛନ୍ତି । ରାଜସ୍ଥାନର ଯୋଧପୁରରେ ରହୁଥିବା ଅରବାଜ ପାକିସ୍ତାନର ଝିଅ ଅମିନାଙ୍କ ସହ ଭର୍ଚୁଆଲ ଭାବେ ବିବାହ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ବିବାହ ବୁଧବାର ରାତିରେ ସମ୍ପନ୍ନ ହୋଇଛି।

ଉଭୟ ଭାରତ ଓ ପାକିସ୍ତାନର କାଜିମାନେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ନିକାହ ସମ୍ପନ୍ନ କରିଥିଲେ। ସମ୍ପର୍କୀୟମାନେ ଦେଖିବା ପାଇଁ ଏଲ୍‌ଇଡି ପରଦାରେ ନିକାହ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ସିଭିଲ କଣ୍ଟ୍ରାକ୍ଟର ମହମ୍ମଦ ଆଫଜଲଙ୍କ ସାନପୁଅ ଅରବାଜ କହିଛନ୍ତି, ନବବଧୂକୁ ଭାରତ ଆଣିବା ପାଇଁ ସେମାନେ ଖୁବ୍‌ଶୀଘ୍ର ଭିସା ଲାଗି ଆବେଦନ କରିବେ। ତାଙ୍କ ସମ୍ପର୍କୀୟମାନେ ପାକିସ୍ତାନରେ ଅଛନ୍ତି। ଏହା ଏକ ଆରେଞ୍ଜ ମ୍ୟାରେଜ ।

ଯେଉଁଥିରେ ଉଭୟ ପରିବାର ଓ ସମ୍ପର୍କୀୟମାନଙ୍କର ସହମତି ଅଛି। ଦୁଇ ଦେଶର ସମ୍ପର୍କ ଭଲ ନ ଥିବାରୁ ସେମାନେ ଭିସା ଯୋଗାଡ଼ କରିବାକୁ ବିଫଳ ହେଲେ। ସେଥିପାଇଁ ଅନ୍‌ଲାଇନରେ ବିବାହ କରିବାକୁ ପଡ଼ିଲା। ଭିସା ହାସଲ ପାଇଁ କିଛି ସମୟ ଲାଗିବ। ଯଦି ସେମାନେ ପାକିସ୍ତାନରେ ବିବାହ କରିଥାନ୍ତେ ତେବେ ଭାରତ ତାହାକୁ ଆଇନଗତ ସ୍ବୀକୃତି ଦେଇ ନ ଥାନ୍ତା। ଅନ୍‌ଲାଇନରେ ହେଉ ପଛେ ଭାରତରେ ବିବାହ ହୋଇଥିବାରୁ ଭାରତ ଭିସା ଦେବ ବୋଲି ସେମାନେ ଆଶା କରୁଥିବା କହିଛନ୍ତି ଅରବାଜ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ