ଆବାସ ଯୋଜନା ପାଲଟିଛି ସାତ ସପନ

ଭଦ୍ରକ (ବଡ଼ ଖବର ବ୍ୟୁରୋ) :ଥିଲା ବାଲାଙ୍କୁ ଘର ନଥିଲା ବାଲାଙ୍କୁ ପର ।ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପକ୍କାଘର ଯୋଗାଇ ଦେଉଥିବା ବେଳେ କିଛି କୁଜିନେତା ଏବଂ ସରକାରୀ ଅଧିକାରୀ ମୋଟା ଅଙ୍କରେ ଟଙ୍କାନେଇ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ହିତାଧିକାରୀ ସଜାଇ ପକ୍କାଘର ହାତେଇ ନେଉଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡା ପଞ୍ଚାୟତ ଗଙ୍ଗାଧରପୁର ପାଟଣା ଗ୍ରାମରେ । ରବୀନ୍ଦ୍ର ନାଥ ବୟସ ୫୫ ପାର ହେଲାଣି ପେଶାରେ ଜଣେ ଟଲି ଚାଳକ । ଦିନସାରା ଟଲିଟାଣି ରୋଜଗାର ହୁଏ ,ସେଥିରେ ୬ପ୍ରାଣୀ କୁଟୁମ୍ବ ଚଳନ୍ତି ।ଘରେ ରୋଜଗାର କ୍ଷମ କହିଲେ କେବଳ ରବୀନ୍ଦ୍ର । ପରିବାର କହିଲେ ୩ଝିଅ ଗୋଟିଏ ପୁଅ ଏବଂ ଘରେ ରୋଗିଣା ସ୍ତ୍ରୀ। ସଂସାର ରଥରେ ଟଲିକୁ ସାରଥି କରି ନିଜର ପରିବାର ଚଳାନ୍ତି ସେଥରୁ ଯାହା ରୋଜଗାର ହୁଏ, ଓଳିକି ଖାଇଲେ ଆରଓଳି ଉପାସ ରହିବାକୁ ପଡୁଛି।

ସରକାରୀ ସୁବିଧା କହିଲେ କେବଳ ୫କେଜି ଚାଉଳରେ ସିମୀତ। ଘରକଥା ନକହିବା ଭଲ । ଘର ଭିତରେ ଦିନରେ ଖରା ରାତିରେ ତାରା ଦେଖିବାକୁ ମିଳେ । ଜରିପାଲ ଟାଣି ଜୀବନ ବିତୁଛି ଏହି ପରିବାରର । ଘରେ ରୋଗିଣା ସ୍ତ୍ରୀର ମେଡ଼ିକାଲ ଖର୍ଚ୍ଚ ବହନ କରିବକୁ ରବୀନ୍ଦ୍ର ଅସମର୍ଥ।ପକ୍କା ଘରଟିଏ ଯୋଗାଇ ଦେବାପାଇଁ ପୂର୍ବତନ ସରପଞ୍ଚ ଏବଂ ଏବେକାର ଜିଆର ଏସ୍ ଘର କରେଇ ଦେବାକୁ କହି ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ର। ହେଲେ ଘରଟିଏ ଦେବା ଦୁରର କଥା ଏହି ପରିବାର କଥା ସମ୍ପୁର୍ଣ୍ଣ ଭୁଲିଗଲେ।ପଡୋଶୀ ମାନଙ୍କ କହିବା କଥା ଏହି ପରିବାର କୁ ସରକାରଙ୍କ ଉପରସ୍ଥ ଅଧିକାରୀ ତଦନ୍ତ କରି ପକ୍କାଘର ସହିତ ମାସିକୁ ୩୫କେଜି ଚାଉଳ ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର