Masthead

ଭୂତକୋଠି ପାଲଟିଛି ହୋମିଓପାଥିକ ଚିକିତ୍ସାଳୟ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ହୋମିଓପାଥିକ ଚିକିତ୍ସାଳୟ । ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ ମେଡିକାଲ ଭିତ୍ତିଭୂମି ଥାଇ ମଧ୍ୟ କାମକୁ ଆସୁନାହିଁ । ଏଠାରେ ଥିବା ହୋମିଓପାଥିକ ଚିକିତ୍ସାଳୟରେ ଦୀର୍ଘ ୯ବର୍ଷ ହେବ ତାଲା ଝୁଲୁଛି । ଏଠିକୁ ନା ଅସୁଛନ୍ତି ଡାକ୍ତର ନା ହେଉଛି ଚିକିତ୍ସା ।

୨୦୦୩ରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଓ ଜଳସମ୍ପଦ ମନ୍ତ୍ରୀ ମଙ୍ଗାଳା କିଷାନ ଏହାକୁ ଉଦଘାଟନ କରିଥିଲେ । ଡାକ୍ତର ହରିହର ଛଟୋଇ ଏଠାରେ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରି ଅବସର ନେଇଥିଲେ । ସେବେଠାରୁ ଲଟାବୁଦା ଘେରା ଏହି ମେଡିକାଲ ଭୂତକୋଠିରେ ପରିଣତ ହୋଇଛି । ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏହି ଚିକିତ୍ସାଳୟ ଏବେ ଗୋରୁ ଗୁହାଳ ଆଉ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ତେବେ ଏହି ମେଡିକାଲରେ ଜଣେ ମହିଳା ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲେ ସୁଦ୍ଧା ଦିନୁଟିଏ ମଧ୍ୟ ଏଠି ତାଙ୍କ ପାଦ ପଡ଼ି ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନର ବୈମାତୃକ ମନୋଭାବକୁ ଦାୟୀ କରିଛନ୍ତି ସେମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼