Masthead

ରିଲିଜ ହେବ ‘ଡନ-୩’ର ଟିଜର

ମୁମ୍ବାଇ(ବଡ ଖବର ବ୍ୟୁରୋ); କିଛିଦିନ ତଳେ ରିଲିଜ ହୋଇଥିବା ଫିଲ୍ମ ‘ରକି ଅର ରାନୀ କି ପ୍ରେମ କାହାନୀ’ ବକ୍ସ ଅଫିସରେ ଖୁବ ଧମାଲ ମଚାଉଛି । ଏହି ଫିଲ୍ମରେ ରଣଭୀର ଓ ଆଲିଆଙ୍କ ଜୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମଟି ଭାରତରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଥିବା ବେଳେ ୱାର୍ଲ୍ଡ ୱାଇଡରେ ପାଖାପାଖି ୨୦୦କୋଟିର କଲେକ୍ସନ କରିଛି ।

ବର୍ତ୍ତମାନ ରଣଭୀରଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ରିପୋର୍ଟ ଅନୁଯାୟୀ ରଣଭୀର ଫରହାନ ଅଖତରଙ୍କ ସହ ‘ଡନ-୩’ର ଘୋଷଣା ପାଇଁ ପ୍ରସ୍ତୁତ ଅଛନ୍ତି । ରଣଭୀର ଏହା ପାଇଁ ଏକ ଆନାଉନ୍ସମେଣ୍ଟ ଭିଡିଓ ମଧ୍ୟ ସୁଟ କରିଛନ୍ତି। ଯାହା ୨-୩ ଦିନ ମଧ୍ୟରେ ରିଲିଜ ହେବ । ଡନର କଥା କହିବା ମତ୍ରେ ସର୍ବପ୍ରଥମେ ଅମିତାଭ ଏବଂ ପରେ ଶାହାରୁଖଙ୍କ କଥା ମନକୁ ଆସେ । ‘ଡନ-୧’ଓ‘ଡନ-୨’ ପରେ ‘ଡନ-୩’ କୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ।

ପ୍ରଥମେ କୁହାଯାଉଥିଲା ଯେ ଶାହାରୁଖ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ମାତ୍ର ପରେ ଏହି ଫିଲ୍ମ ପାଇଁ ରଣଭୀରଙ୍କ ନାମ ଘୋଷଣା କରାଗଲା । ‘ଡନ-୩’ର ଟିଜର ଏହି ସପ୍ତାହରେ ରିଲିଜ ହେବ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼