Masthead

ଗଞ୍ଜେଇ ଚୋରାଚାଲଣ ବେଳେ ଧରିଲା ପୋଲିସ

କଟକ, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ବାରମ୍ବାର ଚଢ଼ାଉ ଓ ଗିରଫ ପରେ ମଧ୍ୟ ବେଧଡ଼କ ସେମାନଙ୍କ ନେଟୱାର୍କ ବଢ଼େଇ ଚାଲିଛନ୍ତି ନିଶା ବେପାରୀ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ କିଲୋ କିଲୋ ଗଞ୍ଜେଇ ଜବତ ହେଉଛି ତଥାପି ସୁଧୁରୁନହାନ୍ତି ବେପାରୀ । ଗତକାଲି ସନ୍ଧ୍ୟାରେ କଟକ ମର୍କତନଗର ଥାନା ପୋଲିସ ଦୁଇ ଗଞ୍ଜେଇ ବେପାରୀଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୭କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ବାପୁଜୀ ନାୟକ ଓ ରାଜକିଶୋର ରାଉଳ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ନରାଜପଟୁ ଆସୁଥିବା ଏକ ଧଳା ଆପାଚି ବାଇକର ପିଛାକରି ଉଭୟଙ୍କୁ କାବୁ କରିଥିଲା । କନ୍ଧମାଳରୁ ଏମାନେ ଗଞ୍ଜେଇ ଆଣି କଟକରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!