Masthead

ଶାସ୍ତ୍ରୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ତିନି ଦିନ ଧରି ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଥିଲା ବିତର୍କ । ମୋଦି ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକ ସଭାରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ। ବାଚନିକ ଭୋଟ୍‌ରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୀର୍ଘ ୨ ଘଣ୍ଟା ୧୩ ମିନିଟ ଲୋକସଭାରେ ନିଜର ପକ୍ଷ ରଖିଛନ୍ତି।

ଏତେ ସମୟ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଦେବା ଘଟଣାରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ମାତ୍ର ଗୋଟିଏ ମିନିଟ ସମୟ ବ୍ୟବଧାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀଙ୍କୁ ହରାଇଛନ୍ତି। ମୋଦି ୨ ଘଣ୍ଟାର ୧୩ ମିନିଟ ଭାଷଣ ଦେଇଥିବା ବେଳେ ଶାସ୍ତ୍ରୀ ୨ ଘଣ୍ଟା ୧୨ ମିନିଟ ଅନାସ୍ଥା ଉପରେ ମତ ରଖିଥିଲେ। ଲାଲ ବାହାଦୂରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ୧୯୬୫ ମସିହା ମାର୍ଚ୍ଚ ୧୬ରେ ବିତର୍କ ହୋଇଥିଲା। ଏହା ସପକ୍ଷରେ ୪୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିରୋଧରେ ୩୧୫ ଜଣ ସାଂସଦ ମତ ରଖିଥିଲା ।

ଲାଲ ବାହାଦୂର ବେଶ ସହଜରେ ବିଜୟୀ ହୋଇଥିଲେ। ମଣିପୁର ହିଂସା ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ପରେ ବାଚନିକ ଭୋଟ୍‌ରେ କାଟ୍ ଖାଇଯାଇଛି। ମୋଦିଙ୍କ ଭାଷଣ ସମୟରେ ବିରୋଧୀମାନେ କକ୍ଷତ୍ୟାଗ କରିଥିଲେ। ତେଣୁ ବାଚନିକ ଭୋଟ୍‌ରେ ଏହି ଅନାସ୍ଥା କାଟ୍‌ ଖାଇଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ