Masthead

ସ୍କ୍ରିନ ସେୟାର କରିବେ ଅନନ୍ୟା ଓ ସିଦ୍ଧାନ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜୋୟା ଅଖତର କିଛିଦିନ ହେବ ନିଜ ଫିଲ୍ମ ‘ଦ ଆର୍ଚିଜ’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଦ୍ୱାରା ସେ ଷ୍ଟାର କିଡ୍ସଙ୍କୁ ପରଦା ସାମ୍ନାକୁ ଆଣିବାକୁ ଯାଉଛନ୍ତି । ପରେ ତାଙ୍କ ନୁଆ ଫିଲ୍ମ ‘ଖୋ ଗୟେ ହମ କାହା’କୁ ଚର୍ଚ୍ଚା ବଢିବାରେ ଲାଗିଛି । ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କୁ ଏକା ସହ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଏକ ସ୍ପେସାଲ ସ୍କ୍ରିନିଂର ଆୟୋଜିତ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଆଦର୍ଶ ଗୌରବ ଯୋଗ ଦେଇଥିଲେ । ସିଦ୍ଧାନ୍ତ ଏକ ଇଣ୍ଟରଭିୟୁରେ କହିଥିଲେ ଯେ ଫିଲ୍ମ ‘ଖୋ ଗୟେ ହମ କାହା’ଟି ଫିଲ୍ମ ‘ଦିଲ ଚାହତା ହେ’ ଫିଲ୍ମ ଭଳି ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ‘ଦିଲ ଚାହତା ହେ’ଯଦି ଡିଜିଟାଲ ଯୁଗରେ ରିଲିଜ ହୋଇଥାନ୍ତା ତେବେ ନିଶ୍ଚୟ ଭାବେ ଫିଲ୍ମ ‘ଖୋ ଗୟେ ହମ କାହା’ ଭଳି ହୋଇଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା