ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମିଳିଛି ମଞ୍ଜୁରି। ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରର ଏହି ନୁଆ ଯୋଜନାରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର,ରାଜମିସ୍ତ୍ରୀ, ବାରିକ, ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଏହାକୁ ବିଶ୍ୱକର୍ମା ଜୟନ୍ତିଠାରୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ୱାଧୀନତା ଦିବସରେ ମୋଦି ଘୋଷଣା କରିଛନ୍ତି । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।