Masthead

୧୫ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାରୀ ଚାକିରୀ ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଦେଶର କୌଣସି ଯୁବବର୍ଗ ଭାଷାଗତ ସମସ୍ୟା ଯୋଗୁଁ ଚାକିରୀ ସୁଯୋଗରୁ ଯେପରି ବଞ୍ଚିତ ହୋଇପାରିବେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏହା ଦ୍ୱାରା ଆଞ୍ଚଳିକ ଭାଷା ଗୁଡିକୁ ପ୍ରାଧାନ୍ୟ ଦିଆଯାଇପାରିବ । ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, ମାଲାୟଲମ୍, କନ୍ନଡ, ତାମିଲ, ତେଲୁଗୁ, ଓଡ଼ିଆ, ଉର୍ଦ୍ଦୁ ସହିତ ପଞ୍ଜାବୀ, ମଣିପୁରୀ ଏବଂ କଙ୍କୋଣୀ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ତିଆରି କରାଯିବ ।

ପରୀକ୍ଷ।ରେ ଅନ୍ୟାନ୍ୟ ଜିନିଷ ଉପରେ ନଜର ରଖିବା ସହ ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଏମ ବିଶେଷଞ୍ଚ ଟିମ୍ ଗଠନ କରିଛନ୍ତି ସରକାର । ତେବେ ବର୍ତ୍ତମାନ ସରକାର ପରୀକ୍ଷାର୍ଥୀଙ୍କୁ ୧୫ଟି ଭାଷାରେ ପରୀକ୍ଷା ଦେବା ପାଇଁ ଏକ ଫର୍ମାଟ ଲଞ୍ଚ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ,JEE, NEET ଏବଂ UGC ଇତ୍ୟାଦି ପରୀକ୍ଷା ଦେଶର ୧୨ଟି ଭାଷାରେ ଅନୁଷ୍ଠିତ ହେଉଛି ।  UPSCରେ ଉଚ୍ଚଶିକ୍ଷା ବିଷୟ ପୁସ୍ତକଗୁଡ଼ିକର ଅଭାବ ରହିଛି କିନ୍ତୁ ଭାରତୀୟ ଭାଷାରେ ବିଶେଷ ପୁସ୍ତକ ପ୍ରଚାର ପାଇଁ ଶିକ୍ଷା ମନ୍ତ୍ରାଳୟର ସମନ୍ୱୟ ରକ୍ଷା କରି ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼