Masthead

୧୫ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାରୀ ଚାକିରୀ ପାଇଁ ପରୀକ୍ଷାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ଷ୍ଟାଫ ସିଲେକ୍ସନ କମିଟି ଦ୍ୱାରା ଅନୁଷ୍ଠିତ ହେଉଥିବା ପରୀକ୍ଷା ଗୁଡ଼ିକୁ ୧୫ଟି ଭାଷାରେ ଆୟୋଜନ କରିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଦେଶର କୌଣସି ଯୁବବର୍ଗ ଭାଷାଗତ ସମସ୍ୟା ଯୋଗୁଁ ଚାକିରୀ ସୁଯୋଗରୁ ଯେପରି ବଞ୍ଚିତ ହୋଇପାରିବେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏହା ଦ୍ୱାରା ଆଞ୍ଚଳିକ ଭାଷା ଗୁଡିକୁ ପ୍ରାଧାନ୍ୟ ଦିଆଯାଇପାରିବ । ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆସାମୀ, ବେଙ୍ଗଲୀ, ଗୁଜୁରାଟୀ, ମାଲାୟଲମ୍, କନ୍ନଡ, ତାମିଲ, ତେଲୁଗୁ, ଓଡ଼ିଆ, ଉର୍ଦ୍ଦୁ ସହିତ ପଞ୍ଜାବୀ, ମଣିପୁରୀ ଏବଂ କଙ୍କୋଣୀ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ତିଆରି କରାଯିବ ।

ପରୀକ୍ଷ।ରେ ଅନ୍ୟାନ୍ୟ ଜିନିଷ ଉପରେ ନଜର ରଖିବା ସହ ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଏମ ବିଶେଷଞ୍ଚ ଟିମ୍ ଗଠନ କରିଛନ୍ତି ସରକାର । ତେବେ ବର୍ତ୍ତମାନ ସରକାର ପରୀକ୍ଷାର୍ଥୀଙ୍କୁ ୧୫ଟି ଭାଷାରେ ପରୀକ୍ଷା ଦେବା ପାଇଁ ଏକ ଫର୍ମାଟ ଲଞ୍ଚ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ,JEE, NEET ଏବଂ UGC ଇତ୍ୟାଦି ପରୀକ୍ଷା ଦେଶର ୧୨ଟି ଭାଷାରେ ଅନୁଷ୍ଠିତ ହେଉଛି ।  UPSCରେ ଉଚ୍ଚଶିକ୍ଷା ବିଷୟ ପୁସ୍ତକଗୁଡ଼ିକର ଅଭାବ ରହିଛି କିନ୍ତୁ ଭାରତୀୟ ଭାଷାରେ ବିଶେଷ ପୁସ୍ତକ ପ୍ରଚାର ପାଇଁ ଶିକ୍ଷା ମନ୍ତ୍ରାଳୟର ସମନ୍ୱୟ ରକ୍ଷା କରି ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍