Masthead

ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩, ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫଳତା ପଥେ ଆଉ ପାଦେ ବଢ଼ିଲା ଚନ୍ଦ୍ରଯାନ-୩ । ପ୍ରୋପଲସନ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ । ଲ୍ୟାଣ୍ଡର ମୋଡ୍ୟୁଲର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅଲଗା । ଅବତରଣ ପୂର୍ବରୁ କକ୍ଷ ପଥରୁ ନିମ୍ନକୁ ଯିବ ଲ୍ୟାଣ୍ଡର ମୋଡ୍ୟୁଲ । କାଲି ଅପରାହ୍ନ ୪ଟା ସୁଦ୍ଧା ନିମ୍ନ କକ୍ଷପଥକୁ ଯିବା ସମ୍ଭାବନା । ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ । ବର୍ତ୍ତମାନ ଉଭୟ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବନିମ୍ନ ୧୫୩ ଓ ସର୍ବାଧିକ ୧୬୩କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛନ୍ତି । ଆସନ୍ତାକାଲି ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଆହୁରି ନିକଟକୁ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା