Masthead

ଲୋକାର୍ପିତ ହେଲା ଦେଶର ପ୍ରଥମ ଥ୍ରୀଡି ଡାକଘର

ବେଙ୍ଗାଲୁର  (ବଡ଼ ଖବର ବ୍ୟୁରୋ):ଦେଶର ପ୍ରଥମ ଥ୍ରୀଡି ଡାକଘର । ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଏବେ ବେଙ୍ଗାଲୁରରେ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଥ୍ରୀଡିପୋଷ୍ଟ ଅଫିସକୁ ଉଦଘାଟନ କରିଛିନ୍ତି । ଏକହଜାର ୨୧ ସ୍କୋୟାର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର । ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ ଏର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣ କରିଛି । ପାୟ ୪୫ ଦିନ ଭିତରେ ଏହାର କାର୍ଯ୍ୟ ସମାପ୍ତ ହୋଇଯାଇଛି । ଥ୍ରୀଡି ଉପାୟରେ ନିର୍ମାଣ କାର୍ଯ୍ୟ ଖୁବ କମ ସମୟରେ ସମ୍ଭବ ହୋଇପାରିଛି । ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତ ପାଇଁ ଯାହା ସମସ୍ତଙ୍କୁ ସ୍ୱପ୍ନ ପରି ଲାଗୁଥିଲା ତାହା ବର୍ତ୍ତମାନ ସତ ହୋଇଯାଇଛି । ଆହୁରି ମଧ୍ୟ କହିଛନ୍ତି ଭାରତ4G ଓ 5Gଟେକ୍ନୋଲୋଜିର ଏଭଳି ବିକାଶ କରିବ ବୋଲି କେହି ଭାବି ନଥିଲେ । ବିକାଶ କ୍ଷେତ୍ରରେ ଆଉ ପାଦେ ବଢିଛି ଦେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା