Masthead

‘ଏହି କଷ୍ଟ ସମୟରେ ଆମେ ସମସ୍ତେ ଆପଣଙ୍କ ସହ ଛିଡା ହୋଇଛୁ’

ଜମ୍ମୁ-କାଶ୍ମୀର  (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଲଦାଖର ନ୍ୟୋମାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଗଭୀର ଖାଲରେ ଖସି ପଡ଼ିଛି। ଏଥରେ ୯ ଯବାନ ଶହୀଦ ହୋଇଥିବା କୁହାଯାଉଛି। କେରି ସହରଠାରୁ ୭ କିଲୋମିଟର ଦୂରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅନ୍ୟ କେତେକ ଯବାନ ଆହତ ହୋଇଛନ୍ତି। ଯବାନମାନେ କାରୁ ଗ୍ୟାରିଶନଠାରୁ କେରି ଯାଉଥିଲେ। ଶହୀଦଙ୍କ ମଧ୍ୟରେ ଜଣେ ଜେସିଓ ଏବଂ ୮ ଯବାନ ଅଛନ୍ତି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଛନ୍ତି, “ଲେହ ନିକଟରେ ହୋଇଥିବା ଦୁର୍ଘଟଣାରେ ଭାରତୀୟ ସେନାଙ୍କ ମୃତ୍ୟୁକୁ ନେଇ ଆମେ ଦୁଃଖିତ । ଦେଶ ପାଇଁ ସେମାନଙ୍କ ଆଦର୍ଶ ଓ ସେବାକୁ କେବେବି ଭୁଲି ପାରିବୁ ନାହିଁ। ଆହତ କର୍ମଚାରୀଙ୍କୁ ମେଡିକାଲ ନିଆଯାଇଛି ସେମାନଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

“ଏଥି ସହିତ କଂଗ୍ରେସ ମଧ୍ୟ ଟ୍ୱିଟ୍ କରି କହିଛି ଯେ ଲେହରେ ସେନା ଗାଡି ଖାଲରେ ଖସିଯିବା ପରେ ୯ ଶହୀଦ ହେବା ଦୁଃଖର ବିଷୟ । ଭଗବାନ ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । । ଶୋକସନ୍ତପ୍ତ ପରିବାରକୁ ଏହି ଯନ୍ତ୍ରଣା ସହିବା ପାଇଁ ଶକ୍ତି ଦିଅନ୍ତୁ । “ଏହି କଷ୍ଟ ସମୟରେ ଆମେ ସମସ୍ତେ ଆପଣଙ୍କ ସହିତ ଛିଡା ହୋଇଥାଉ ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ଘଟଣା ସମ୍ପର୍କରେ ଟ୍ୱିଟ କରି ଦୁଃପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଲଦାଖରେ ସେନା ଗାଡି ଦୁର୍ଘଟଣା ହେତୁ ଆମର ଅନେକ ସୈନିକଙ୍କ ଶହୀଦ ହେବାର ଖବର ଅତ୍ୟନ୍ତ ଦୁଃଖଦାୟକ। ମୁଁ ସମସ୍ତ ଶହୀଦଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ମୁଁ ଆଶା କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା