Masthead

ଆସିଲା ନିର୍ବାଚନ ସର୍ଭେ ରିପୋର୍ଟ..ଏନଡିଏକୁ ଶକ୍ତ ଧକ୍କା!

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚାଲିଛି ରଣନୀତି । ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଅଳ୍ପ କିଛି ମାସ ବାକି ଅଛି । ଉଭୟ ଗୋଷ୍ଠୀ ସେମାନଙ୍କର ନିଜସ୍ୱ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କିନ୍ତୁ ଟାଇମ୍ସ ନାଓ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଟାଇମ୍ସ ନାଓ ପକ୍ଷରୁ ୬ଟି ରାଜ୍ୟରେ ହୋଇଥିଲା ସର୍ଭେ । ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୪ ସାଧାରଣ ନିର୍ବାଚନରେ ଇଣ୍ଡିଆ , ଏନଡିଏ ଠାରୁ ମାତ୍ର ଦୁଇ ପ୍ରତିଶତରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିବ ବୋଲି ଆଶା କରାଯାଉଛି। ଯଦି ୬ ଟି ରାଜ୍ୟ ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର କଥା କହିବା ୨୦୧୯ ନିର୍ବାଚନ ତୁଳନାରେ ବିରୋଧୀ ଦଳ ଅଧିକ ଲାଭବାନ ହେବେ ନାହିଁ ।

ଏନଡିଏର କ୍ଷତି ହେବା ଆକଳନ କରାଯାଉଛି । ଏହି ୬ ଟି ରାଜ୍ୟରେ ହୋଇଥିବା ସର୍ଭେରେ ଏକ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କୁ ସାମିଲ୍ କରାଯାଇଥିଲା । ଟେଲିଫୋନରେ ୬୦ ପ୍ରତିଶତ, ୪୦ ପ୍ରତିଶତ ଲୋକଙ୍କ ଘରକୁ ଘର ଯାଇ ସର୍ଭେ କରାଯାଇଥିଲା । ଏହି ୬ଟି ରାଜ୍ୟରେ ସମୁଦାୟ ୧୯୮ ଲୋକସଭା ଆସନ ରହିଛି । ୨୦୧୯ ସାଧାରଣ ନିର୍ବାଚନରେ, ୧୯୮ ସିଟରୁ ଏନଡିଏ ୧୬୩ ଜିତିବାରେ ସକ୍ଷମ ହୋଇଥିଲା। ଏଥର ସର୍ଭେ ଅନୁଯାୟୀ ଏନଡିଏ ଏହି ରାଜ୍ୟଗୁଡିକରେ ୧୨୦ ରୁ ୧୩୪ ଟି ଆସନ ଜିତିବ ବୋଲି ଆଶା କରାଯାଉଛି। ବିଜେପି ନେତୃତ୍ୱାଧୀନ ଏନଡିଏ ୨୯ ରୁ ୪୩ ଟି ଆସନ ହରାଇପାରେ । ଯଦି ବି ଇଣ୍ଡିଆର କିଛି ଲାଭ ହେଉଛି ଏନଡିଏ ସାମ୍ନାରେ ବହୁତ କମ ରହିବ ।

ରାଜସ୍ଥାନ କଥା ଦେଖିଲେ ସର୍ଭେ ଅନୁଯାୟୀ ଏନଡିଏ ୨୦ ରୁ ୨୨ ଟି ଆସନ, ଇଣ୍ଡିଆ ୨ ରୁ ୩ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଭୋଟ୍ ସେୟାରିଂ ଅନୁଯାୟୀ, ଏନଡିଏ ୫୫.୨୦ ପ୍ରତିଶତ, ଇଣ୍ଡିଆକୁ ୩୫.୯୦ ପ୍ରତିଶତ ଏବଂ ଅନ୍ୟଦଳକୁ ୮.୯୦ ପ୍ରତିଶତ ଭୋଟ୍ ଯାଇପାରେ ବୋଲି ଆକଳନ କରାଯାଇଛି ।

ମଧ୍ୟପ୍ରଦେଶ କଥା ଦେଖିଲେ ମଧ୍ୟପ୍ରଦେଶରେ ରହିଛି ୨୯ ଟି ଲୋକସଭା ଆସନ । ଏନଡିଏକୁ ୨୪ ରୁ ୨୬ ଟି ଆସନ, ଇଣ୍ଡିଆ ଆଲାଏନ୍ସ ୩ ରୁ ୫ ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଭୋଟ୍ ସେୟାର ବିଷୟରେ କହିବାକୁ ଗଲେ ଏନଡିଏକୁ ୫୨.୯୦ ପ୍ରତିଶତ, ଇଣ୍ଡିଆ ୩୯.୯୦ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୭.୨୦ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ସେହିପରି ମହାରାଷ୍ଟ୍ର କଥା ଦେଖିଲେ ଏନଡିଏ ୨୮ ରୁ ୩୨ ଟି ଆସନ, ବିରୋଧୀ ଇଣ୍ଡିଆ ଆଲାଏନ୍ସ ୧୫ ରୁ ୧୯ ଟି ଆସନ ଏବଂ ଅନ୍ୟମାନେ ୧ ରୁ ୨ ଟି ଆସନ ଜିତିବ ବୋଲି ଆଶା କରାଯାଉଛି । ଭୋଟ୍ ସେୟାରିଂକୁ ଦେଖିଲେ ଏନଡିଏ ୪୬.୩୦ ପ୍ରତିଶତ, ଇଣ୍ଡିଆ ଆଲାଇନ୍ସ ୪୧.୨୦ ପ୍ରତିଶତ ଏବଂ ଅନ୍ୟମାନେ ୧୨.୫୦ ପ୍ରତିଶତ ପାଇବ ବୋଲି ଆଶା କରାଯାଉଛି।

ବିହାରର ଏନଡିଏର ପୁରୁଣା ସହଯୋଗୀ ଜେଡିୟୁ ଏଥର ଇଣ୍ଡିଆ ସହଯୋଗୀ ଦଳ ସହ ଅଛି। ଏହି ସର୍ଭେରେ ଏନଡିଏ ୨୨ ରୁ ୨୪ ଟି, ଇଣ୍ଡିଆ ୧୬ ରୁ ୧୮ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଭୋଟ୍ ସେୟାର ଦୃଷ୍ଟିରୁ ଏନଡିଏ ୪୬.୧୦ ପ୍ରତିଶତ, ଇଣ୍ଡିଆ ୪୪.୨୦ ପ୍ରତିଶତ ଏବଂ ଅନ୍ୟମାନେ ୯.୭୦ ପ୍ରତିଶତ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି।

ପଶ୍ଚିମବଙ୍ଗରେ ଏନଡିଏ ୧୬ ରୁ ୧୮ ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥି ସହିତ ଟିଏମସି ସମେତ ଇଣ୍ଡିଆ ମିଳିତ ମଞ୍ଚ ୨୩ ରୁ ୨୭ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଏହି ସର୍ଭେରେ ଏନଡିଏ ୪୨.୯୦ ପ୍ରତିଶତ ଭୋଟ୍ ଅଂଶ, ଇଣ୍ଡିଆ ୫୪.୯୦ ପ୍ରତିଶତ ଏବଂ ଅନ୍ୟମାନେ ୨.୨୦ ପ୍ରତିଶତ ଭୋଟ୍ ପାଇବ ବୋଲି ଆଶା କରାଯାଉଛି। ଝାଡ଼ଖଣ୍ଡରେ ଏନଡିଏ ୧୦ ରୁ ୧୨ ଟି ସିଟ୍ ପାଇବ, ଇଣ୍ଡିଆ୨ ରୁ ୪ ଟି ସିଟ୍ ପାଇବ। ଏଥି ସହିତ, ଏନଡିଏ ୫୨.୪୦ ପ୍ରତିଶତ ଭୋଟ୍, ଇଣ୍ଡିଆ ୪୩.୩୦ ପ୍ରତିଶତ ଏବଂ ଅନ୍ୟମାନେ ୪.୩୦ ପ୍ରତିଶତ ଭୋଟ୍ ପାଇବେ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’