Masthead

ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡିବ ‘ପ୍ରଜ୍ଞାନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଫ୍ଟ ଲ୍ୟାଣ୍ଡିଂ ପରେ ଆଗମୀ ୧୪ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ । ୧୪ ଦିନ ଯାଏଁ ତଥ୍ୟ ଦେବେ ବିକ୍ରମ ଓ ପ୍ରଜ୍ଞାନ । ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ସିଢି ଲମ୍ବିଥିଲା । ଏହି ବାଟ ଦେଇ ତଳକୁ ଗଡି ଆସିଥିଲା ୬ ଚକିଆ ରୋଭର ପ୍ରଜ୍ଞାନ । ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର । ୧୪ ଦିନ ଯାଏଁ ଗଡିବା ବେଳେ ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡିବ ।

ଲ୍ୟାଣ୍ଡରରେ ଲାଗିଥିବା ୩ଟି ପେ’ଲୋଡ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପପରିବହନ କ୍ଷମତା, କମ୍ପନ ଓ ଚନ୍ଦ୍ରପସ୍ତ୍ର ନିକଟରେ ଥିବା ପ୍ଲାଜମା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ସେହିପରି ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସରଂଚନା ଯାଂଚ କରିବା ସହିତ ସେଠାରେ ଥିବା ମାଟି ପଥରର ମୌଳିକ ଗଠନ ପରଖିବ । ରୋଭର ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡରକୁ ପଠାଇବ ଏବଂ ଲଣ୍ଡର ନିଜର ଏବଂ ରୋଭରର ତଥ୍ୟକୁ ଚନ୍ଦ୍ରଯାନ-୨ର ଅର୍ବିଟର ମାଧ୍ୟମରେ ଇସ୍ରୋକୁ ପଠାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି