ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର କେନ୍ଦ୍ରାପଡାର ସୁଶୀଲ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):  ସଫଳ ହୋଇଛି ମିଶନ ମୁନ୍ । ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଉଛି ସାରା ଦେଶ । ଚନ୍ଦ୍ରାୟାନ-୩ର ସଫଳ ରୂପାୟନ ପଛରେ ଅନେକ ପରିଶ୍ରମ କରିଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ ପାଇଁ ନିରବଚ୍ଛିନ୍ନ ଭାବେ ୧ହଜାର ୭୫୨ ଘଂଟା କାମ କରିଥିଲେ । ଯାହାର ଦିନ ଥିଲା ୭୩ ଦିନ । ତେବେ ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି କେନ୍ଦ୍ରାପଡ଼ାର ଯୁବକଙ୍କ ହାତ । ଯିଏ କି ୧୦ ଜଣିଆ ବୈଜ୍ଞାନିକ ଟିମ୍ର ନେତୃତ୍ୱ ନେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଚନ୍ଦନନଗର-ବାଲିଆ ଗ୍ରାମର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ ହିଁ ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର ଥିଲେ। ସୁଶୀଲଙ୍କ ଏହି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ସାରା ଜିଲ୍ଲାରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ସୁଶୀଲ ପିଲାଟିବେଳୁ ଅସାଧାରଣ ଧୀଶକ୍ତିର ଅଧିକାରୀ ଥିଲେ।

ଓୟୁଏଟି ସ୍ୱୀକୃତିପ୍ରାପ୍ତ ବେସିକ୍ ସାଇନ୍ସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ ହୋଇଥିଲେ । ପରେ ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ମେକାନିକାଲ ବିଭାଗରେ ଡିଗ୍ରୀ ଇଞ୍ଜିନିୟରିଂରେ କୃତିତ୍ୱ ହାସଲ କରିଥିଲେ। ପରେ ତାଙ୍କର ଇଚ୍ଛା ପୂରଣ ହୋଇଥିଲା । ବୈଜ୍ଞାନିକ ନିମନ୍ତେ ସର୍ବଭାରତୀୟ ସ୍ତରରେ ଇସ୍ରୋ ତରଫରୁ ଚୟନ କରାଯାଇଥିଲା । ଏଥି ପାଇଁ ତାଙ୍କ ଟିମ୍ ଦିନରାତି ଏକ କରିଦେଇଥିଲେ। ଚନ୍ଦ୍ରଯାନ-୩ର ଆଜି ସଫଳ ଅବତରଣ ପରେ ସେ ବେଶ୍ ଖୁସି ଅଛନ୍ତି । ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଆନ୍ଧ୍ରସ୍ଥିତ ଶ୍ରୀହରିକୋଟା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍ଙ୍କ ସହ ଯୋଜନା ଓ ସମନ୍ଵୟ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ପ୍ରଶଂସିତ ହୋଇଥିଲେ । ତାଙ୍କର ପଦୋନ୍ନତି ପରେ ଏବେ ଯୋଜନା ଓ ସମନ୍ୱୟ ବିଭାଗର ଉପମୁଖ୍ୟ ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’