Masthead

ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର କେନ୍ଦ୍ରାପଡାର ସୁଶୀଲ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ):  ସଫଳ ହୋଇଛି ମିଶନ ମୁନ୍ । ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଉଛି ସାରା ଦେଶ । ଚନ୍ଦ୍ରାୟାନ-୩ର ସଫଳ ରୂପାୟନ ପଛରେ ଅନେକ ପରିଶ୍ରମ କରିଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ ପାଇଁ ନିରବଚ୍ଛିନ୍ନ ଭାବେ ୧ହଜାର ୭୫୨ ଘଂଟା କାମ କରିଥିଲେ । ଯାହାର ଦିନ ଥିଲା ୭୩ ଦିନ । ତେବେ ଚନ୍ଦ୍ରଯାନ-୩ ସଫଳତା ପଛରେ ରହିଛି କେନ୍ଦ୍ରାପଡ଼ାର ଯୁବକଙ୍କ ହାତ । ଯିଏ କି ୧୦ ଜଣିଆ ବୈଜ୍ଞାନିକ ଟିମ୍ର ନେତୃତ୍ୱ ନେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଚନ୍ଦନନଗର-ବାଲିଆ ଗ୍ରାମର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ ହିଁ ଚନ୍ଦ୍ରଯାନ-୩ ପ୍ରକଳ୍ପର ପ୍ରମୁଖ ସୂତ୍ରଧର ଥିଲେ। ସୁଶୀଲଙ୍କ ଏହି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ସାରା ଜିଲ୍ଲାରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ସୁଶୀଲ ପିଲାଟିବେଳୁ ଅସାଧାରଣ ଧୀଶକ୍ତିର ଅଧିକାରୀ ଥିଲେ।

ଓୟୁଏଟି ସ୍ୱୀକୃତିପ୍ରାପ୍ତ ବେସିକ୍ ସାଇନ୍ସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ ହୋଇଥିଲେ । ପରେ ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ମେକାନିକାଲ ବିଭାଗରେ ଡିଗ୍ରୀ ଇଞ୍ଜିନିୟରିଂରେ କୃତିତ୍ୱ ହାସଲ କରିଥିଲେ। ପରେ ତାଙ୍କର ଇଚ୍ଛା ପୂରଣ ହୋଇଥିଲା । ବୈଜ୍ଞାନିକ ନିମନ୍ତେ ସର୍ବଭାରତୀୟ ସ୍ତରରେ ଇସ୍ରୋ ତରଫରୁ ଚୟନ କରାଯାଇଥିଲା । ଏଥି ପାଇଁ ତାଙ୍କ ଟିମ୍ ଦିନରାତି ଏକ କରିଦେଇଥିଲେ। ଚନ୍ଦ୍ରଯାନ-୩ର ଆଜି ସଫଳ ଅବତରଣ ପରେ ସେ ବେଶ୍ ଖୁସି ଅଛନ୍ତି । ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଆନ୍ଧ୍ରସ୍ଥିତ ଶ୍ରୀହରିକୋଟା ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍ଙ୍କ ସହ ଯୋଜନା ଓ ସମନ୍ଵୟ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ପ୍ରଶଂସିତ ହୋଇଥିଲେ । ତାଙ୍କର ପଦୋନ୍ନତି ପରେ ଏବେ ଯୋଜନା ଓ ସମନ୍ୱୟ ବିଭାଗର ଉପମୁଖ୍ୟ ପ୍ରମୁଖ ଭାବେ କାର୍ଯ୍ୟ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ