Masthead

ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଆର୍‌ ପ୍ରଜ୍ଞାନନ୍ଦା ଉପବିଜେତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦା ଫିଡେ ଚେସ୍‌ ବିଶ୍ବକପ୍‌ରେ ଉପବିଜେତା ହୋଇଛନ୍ତି। ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦା। କାର୍ଲସନ ଟ୍ରାଏ ବ୍ରେକ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦାଙ୍କୁ ହରାଇ ଦେଇଛନ୍ତି। ସେ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗୁରୁବାର ଆଜରବୈଜାନର ବକୁରେ ଖେଳାଯାଇଥିବା ନିର୍ଣ୍ଣାୟକ ଟାଇବ୍ରେକର ଶେଷରେ ବିଶ୍ବ ୧ ନମ୍ବର ମାଗ୍ନସ୍‌ କାର୍ଲସେନ୍‌ ୨.୫-୧.୫ରେ ପ୍ରଜ୍ଞାନନ୍ଦଙ୍କୁ ପରାଜିତ କରି ପ୍ରଥମ ଥର ବିଶ୍ବକପ୍‌ ଏବଂ ପଞ୍ଚମ ଥର ବିଶ୍ବ ମୁକୁଟ ହାତେଇଛନ୍ତି।

 

ପ୍ରଥମ ମୁକାବିଲାକୁ କାର୍ଲସେନ୍‌ କଳା ଗୋଟିରେ ଖେଳିଥ‌ିଲେ ମଧ ୪୫ତମ ମୁଭ୍‌ରେ ଜିତି ନେଇଥିଲେ। ଦ୍ବିତୀୟ ଗେମ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଜ୍ଞାନନ୍ଦା ଯେତେ ଚେଷ୍ଟା କରିଥିଲେ ବି ୨୨ତମ ମୁଭ୍‌ ପରେ କାର୍ଲସେନ୍‌ ମ୍ୟାଚ୍‌କୁ ଅମୀମାଂସିତ କରାଇବାରେ ସଫଳ ହେବାରୁ ପ୍ରଜ୍ଞାନନ୍ଦାଙ୍କୁ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସର୍ବକନିଷ୍ଠ ଖେଳାଳି ଭାବେ ଫାଇନାଲ୍‌ରେ ପରାଜିତ ହୋଇଥିଲେ ବି ବିଶ୍ବକପ୍‌ରେ ପ୍ରଜ୍ଞାନନ୍ଦା ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କୁ ଚକିତ କରି‌ଛନ୍ତି। ପ୍ରଜ୍ଞାନନ୍ଦା ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ବିତୀୟ ଭାରତୀୟ ଭାବେ ଫିଡେ ବିଶ୍ବକପ୍‌ ଫାଇନାଲ୍‌ ଖେଳିଥିବା ଆର୍‌ ପ୍ରଜ୍ଞାନନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦା ଫାଇନାଲ ମ୍ୟାଚ୍‌ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଚେସ୍‌ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା