Masthead

ଜଟଣୀରେ ଫୁଟିଲା ବୋମା

ଜଟଣୀ, (ବଡ଼ ଖବର ବ୍ୟୁରୋ): ଜଟଣୀରେ ବୋମା ମାଡ଼ । ପୁର୍ବ ଶତ୍ରୁତାରୁ ଜଟଣୀ ଥାନା ଅଧୀନ ବାଲିଛାଇ ମୁଣ୍ଡିଆସାହିରେ ବୋମା ମାଡ଼ ହୋଇଛି । ଏଥିରେ ରବି ପ୍ରଧାନ ନାମକ ଜଣେ ମାଛ ବ୍ୟବସାୟୀଙ୍କ ଘର ଆଜବେଷ୍ଟ ଭାଙ୍ଗିଯିବା ସହ ସେ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ ୩ମାସ ତଳେ ରବିଙ୍କ ପୁଅ ରଘୁ ସହ ବାବୁ ନାମକ ଜଣେ ଯୁବକର ପାଟିତୁଣ୍ଡ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ବାବୁ ଆଜି ରବିଙ୍କ ଘର ଉପରକୁ ୬ଟି ବୋମା ମାଡ଼ କରି ଫେରାର ହୋଇଯାଇଥିଲା । ବୋମା ମାଡ଼ରେ ରବିଙ୍କ ଘର ଆଜବେଷ୍ଟ ଭାଙ୍ଗିବା ସହ ଏଥିରେ ରବି ଆହତ ହୋଇଥିଲେ । ଏହି ବୋମା ମାଡ଼ ପରେ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ