Masthead

ଜଟଣୀରେ ଫୁଟିଲା ବୋମା

ଜଟଣୀ, (ବଡ଼ ଖବର ବ୍ୟୁରୋ): ଜଟଣୀରେ ବୋମା ମାଡ଼ । ପୁର୍ବ ଶତ୍ରୁତାରୁ ଜଟଣୀ ଥାନା ଅଧୀନ ବାଲିଛାଇ ମୁଣ୍ଡିଆସାହିରେ ବୋମା ମାଡ଼ ହୋଇଛି । ଏଥିରେ ରବି ପ୍ରଧାନ ନାମକ ଜଣେ ମାଛ ବ୍ୟବସାୟୀଙ୍କ ଘର ଆଜବେଷ୍ଟ ଭାଙ୍ଗିଯିବା ସହ ସେ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଏହି ବୋମା ମାଡ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ ୩ମାସ ତଳେ ରବିଙ୍କ ପୁଅ ରଘୁ ସହ ବାବୁ ନାମକ ଜଣେ ଯୁବକର ପାଟିତୁଣ୍ଡ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ବାବୁ ଆଜି ରବିଙ୍କ ଘର ଉପରକୁ ୬ଟି ବୋମା ମାଡ଼ କରି ଫେରାର ହୋଇଯାଇଥିଲା । ବୋମା ମାଡ଼ରେ ରବିଙ୍କ ଘର ଆଜବେଷ୍ଟ ଭାଙ୍ଗିବା ସହ ଏଥିରେ ରବି ଆହତ ହୋଇଥିଲେ । ଏହି ବୋମା ମାଡ଼ ପରେ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା