Masthead

କିନ୍ତୁ ସବୁ ଜାତି ଏବଂ ଧର୍ମରେ ଲୋକଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ: ଅଜିତ ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରାଜନୀତିରେ ସବୁବେଳ ପାଇଁ ନା କିଏ ଶତ୍ରୁ ହୋଇ ରହିବ ନା ମିତ୍ର । ଇଏ ହେଉଛି ରାଜନୀତି ବୋଲି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି । ଅଜିତ କହିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ଶିବସେନାର ବିଜେପି-ସିନ୍ଦେ ଦଳ ମିଳିତ ମଞ୍ଚରେ ଯୋଗ ଦେଇଛନ୍ତି। ଅଜିତ ପାୱାର କହିଛନ୍ତି ଯେ ରାଜନୀତିରେ ସ୍ଥାୟୀ ଶତ୍ରୁ ନା ସ୍ଥାୟୀ ମିତ୍ର ନାହାନ୍ତି। ତେଣୁ ଅଜିତ ରାଜ୍ୟର ବିକାଶ ପାଇଁ ମିଳିତ ମଞ୍ଚରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଅଜିତ ପାୱାର ବିଡରେ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଆମେ ମହାରାଷ୍ଟ୍ରର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଯଦିଓ ଆମେ ବିଜେପି ଏବଂ ଶିବସେନାର ସିନ୍ଦେ ଦଳର ମିଳିତ ମଞ୍ଚରେ ଅଛୁ , କିନ୍ତୁ ସବୁ ଜାତି ଏବଂ ଧର୍ମରେ ଲୋକଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ବିଡ୍ ହେଉଛି ଅଜିତ ପାୱାର ସମର୍ଥକ ଧନଞ୍ଜୟ ମୁଣ୍ଡେଙ୍କ ଘରୋଇ ନିର୍ବାଚନମଣ୍ଡଳୀ । ଏନସିପିରେ ବିଦ୍ରୋହ ସମୟରେ ଧନଞ୍ଜୟ ମୁଣ୍ଡେ ଅଜିତ ପାୱାରଙ୍କୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ମହାରାଷ୍ଟ୍ର ସରକାରରେ କୃଷି ମନ୍ତ୍ରୀ କରାଯାଇଛି। ଜାତୀୟତାବାଦୀ କଂଗ୍ରେସ ମୁଖ୍ୟ ଶରଦ ପାୱାର ମଧ୍ୟ କିଛି ଦିନ ପୂର୍ବରୁ ବିଡରେ ଏକ ରାଲି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା