Masthead

ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଉପାସରେ ଲିଙ୍ଗରାଜ ମହାପ୍ରଭୁ । ଲିଙ୍ଗରାଜ ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ଆଜି ପବିତ୍ରାର୍ପଣ ଚତୁଦର୍ଶି।

ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ। ୨୦୨୦ମସିହାଠୁ ଏହି ସମସ୍ୟା ଲାଗି ରହିଛି। ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି