Masthead

ଜାଣନ୍ତୁ.. ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଇର ଶୁଭମନାସୀ ଭଉଣୀ ବାନ୍ଧୁଛି ରାକ୍ଷୀ । ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ମଧ୍ୟ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ । ତେବେ ରାକ୍ଷୀ ପୂର୍ଣ୍ଣିମା ଏହି ବର୍ଷ ଦୁଇ ଦିନ ରହିଛି । କେଉଁ ଦିନ କେତେଟାରୁ ରକ୍ଷୀ ବନ୍ଧାଯିବ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ ।

ବୁଧବାର ଦିନ ୧୦ ଟା ୫୯ରେ ପୂର୍ଣ୍ଣିମା ଆରମ୍ଭ ହେଉଥିବାରୁ ସମସ୍ତେ ୧୧ଟା ପରଠାରୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରିବେ । ୩୧ ତାରିଖ ସକାଳ ୮ ପର୍ଯ୍ୟନ୍ତ ପୂର୍ଣ୍ଣମୀ ରହୁଛି । ଦେବନୀତି ସୂର୍ଯ୍ୟଙ୍କ ସ୍ଥିତିକୁ ଦେଖି ହେଉଥିବାରୁ ୩୧ରେ ହିଁ ପାଳନ କରିବାକୁ ବିଶିଷ୍ଟ ଗବେଷକମାନେ ମତ ଦେଇଛନ୍ତି । ତେବେ କେଉଁ ସମୟରେ ରାକ୍ଷୀ ବନ୍ଧା ଯିବ ଯାହାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆ ଅନୁଯାୟୀ ବୁଧବାର ରାତି ୯ଟା ପର୍ଯ୍ୟନ୍ତ ଭଦ୍ରାକାଳ ରହୁଛି । କୁହାଯାଏ ଏହି ଦିନ ରାକ୍ଷୀ ବାନ୍ଧିଲେ ଭାଇର ଆୟୁଷ କମିଯାଏ । ସେପଟେ ମୁକ୍ତିମଣ୍ଡପ ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି ୩୦ ବୁଧବାର ଦିନ ୧୦ଟା ୫୯ ପରଠାରୁ ପୂର୍ଣ୍ଣମୀ ରହୁଛି । ସେହିଦିନ ବଳଭଦ୍ରଙ୍କ ଜନ୍ମ ଦିନ ପାଳନ ହୋଇପାରିବ ।

କିନ୍ତୁ ଶ୍ରୀକ୍ଷେତ୍ରରେ ୩୧ରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ସେହିପରି କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କ ଜନ୍ମତ୍ସୋବ ୩୦ରେ ପାଳନ ହେବ । ଅନ୍ୟ କିଛି ପଣ୍ଡିତମାନେ ମଧ୍ୟ ସମାନ କଥା କହିଛନ୍ତି । ପୂର୍ଣ୍ଣମୀ ତିଥି ୩୦ତାରିଖ ୧୧ଟାରୁ ଆରମ୍ଭ ହୋଇ ୩୧ ତାରିଖ ୮ ପର୍ଯ୍ୟନ୍ତ ରହିବ । ନୀତି ଅନୁଯାୟୀ ୩୧ ତାରିଖରେ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯିବ । ମାତ୍ର ଘରେ ୩୦ ସକାଳ ୧୧ଟାରୁ ଏହି ଉତ୍ସବ ପାଳନ କରାଯାଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ