Masthead

ଦୁବାଇରେ ଫସିଛନ୍ତି ୧୬ ଓଡ଼ିଆ ଶ୍ରମିକ

ଖଲିକୋଟ (ବଡ଼ ଖବର ବ୍ୟୁରୋ):ଦୁବାଇରେ ଫସିଛନ୍ତି ଗଞ୍ଜାମର ୧୬ଓଡ଼ିଆ ଶ୍ରମିକ । ପାରିଶ୍ରମକି ମାଗିଲେ ମିଳୁଛି ନିର୍ୟାତନା । ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆ, କୈଠଡା, ବାକୁଟୁଗାଁ, ଲଙ୍ଗଳେଶ୍ଵର ଓ ଗଞ୍ଜାମ ବ୍ଲକ ପାଲୁରୁ ଗ୍ରାମର ୨୦ ଜଣ ବ୍ୟକ୍ତି ୧୦ ମାସ ତଳେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଲଙ୍ଗଳେଶ୍ବର ଓ ବାକୁଟୁ ଗାଁର ଦୁଇ ଜଣ ଠିକାଦାର ଜଣଙ୍କ ପିଛା ଏକ ଲକ୍ଷ ଦଶ ହଜାର ଟଙ୍କା ନେଇ ସେମାନଙ୍କୁ ଟୁରିଷ୍ଟ ଭିସାରେ ଦୁବାଇ ପଠାଇ ଥିବା ଅଭିଯୋଗ ହୋଇଛି । ତେବେ ସେଠାରେ କାମ କରିବା ପରେ କମ୍ପାନୀ ଠିକ ଭାବେ ସେମାନଙ୍କୁ ପାରିଶ୍ରମିକ ଦେଉନାହିଁ ।

୩ /୪ ମାସରେ ଗୋଟିଏ ମାସର ଦରମା ଦିଆଯାଉଥିବା ବେଳେ ଖାଇବା ଅତ୍ୟନ୍ତ ନିମ୍ନମାନର ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ପାରିଶ୍ରମିକ ଟଙ୍କା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ୟାତନା ଦେଉଛନ୍ତି। ବର୍ତମାନ ସେଠାରୁ ୪ଜଣ ଫେରି ଆସିଥିବା ବେଳେ ଆଉ ୧୬ଜଣ ଫସି ରହିଛନ୍ତି । ଫସିଥିବା ଓଡ଼ିଆ ଶ୍ରମିକ ମାନେ ଗ୍ରାମକୁ ଫେରିବାକୁ ଚାହିଁଲେ ମଧ୍ୟ କମ୍ପାନୀ ଛାଡୁନାହିଁ । ତେବେ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା