Masthead

ଏଣିକି ଏକ୍ସରେ କରିପାରିବେ ଅଡିଓ-ଭିଡିଓ କଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲନ ମସ୍କଙ୍କ ବଡ଼ ଘୋଷଣା । ଏଣିକି ଏକ୍ସରେ କରିପାରିବେ ଅଡିଓ-ଭିଡିଓ କଲ । ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି । ଏକ୍ସ ବା ପୂର୍ବର ଟୁଇଟରରେ କରି ହେବ ଅଡିଓ ଓ ଭିଡିଓ କଲ୍ । ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ । ଏଲନ୍ ମସ୍କ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏବେ ଏକ୍ସ ମାଧ୍ୟମରେ ଲୋକମାନେ ଅଡିଓ ଓ ଭିଡିଓ କଲ କରିପାରିବେ ।

ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ବେଶ୍ ଗୁରୁତ୍ୱ ବହନ କରିବ।”ନୂତନ ଫିଚର୍ସ ଡାଇରେକ୍ଟ ମେସେଜ୍ (DM) ମେନୁ ମଧ୍ୟରେ ଉପଲବ୍ଧ ହେବ ଏବଂ ଭିଡିଓ କଲିଂ ଅପ୍ସନ୍ ଉପର ଡାହାଣ କୋଣରେ ରହିବ। ନୂତନ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ପ୍ଲାଟଫର୍ମଗୁଡିକ ସହିତ ସମାନ ହେବ, ଯେପରିକି ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟ୍ସଆପରେ ଥାଏ, ଠିକ୍ ସେହିପରି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ