Masthead

ମହାକାଶର ଏକ ଗ୍ରହ ଯାହା ରହିଛି ସୁନାରେ ଭରପୂର

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମହାକାଶ ଯେତିକି ବିଶାଳ ସେତିକି ରହସ୍ୟମୟ ମଧ୍ୟ । ଏଥିରେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ କଥା ନୂଆ ନୂଆ ଆବିଷ୍କାର ସାମ୍ନାକୁ ଆସିଥାଏ । ମହାକାଶରେ ଏମିତି ଏକ ଗ୍ରହ ଅଛି ଯାହା ସୁନାରେ ଭରପୂର । ପୃଥିବୀ ପଡୋଶୀ ଗ୍ରହରେ ସାମିଲ ରହିଛି ଗୋଲ୍ଟେନ ପ୍ଲାନେଟ । ଏହା ଏକ କ୍ଷୁଦ୍ର ଗ୍ରହ । ଯାହାକୁ ପ୍ରଥମେ ଇଟାଲୀର ଜଣେ ବୈଜ୍ଞାନିକ ଖୋଜି ବାହାର କରିଥିଲେ । ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଯାହା ତଥ୍ୟ ସାମ୍ନାକୁ ଆସିଥିଲା ଯେ ଏହି ଗ୍ରହରେ ପ୍ରଚୁର ପରିମାଣର ସୁନା ଗଚ୍ଛିତ ହୋଇ ରହିଛି । ଏହି ଗ୍ରହର ନାମକରଣ କରାଯାଇ ୧୬ ସାଇକେ ରଖାଯାଇଛି । ଏହାର ମୂଳ ଭାଗରେ ଲୁହା ଓ ନିକେଲ ରହିଥିବା ଅନୁମାନ କରୁଛନ୍ତି ବୈଜ୍ଞାନିକ । କିନ୍ତୁ ସମ୍ପୂର୍ଣ୍ଣ ଗ୍ରହଟି ସୁନା, ପ୍ଲାଟିନମ ପରି ମୂଲ୍ୟବାନ ଧାତୁ ରହିଛି । ତେବେ ମହାକାଶ ବିଷୟରେ ଚାଲିଥିବା ଅହରହ ଅନୁସନ୍ଧାନରେ ବିଭିନ୍ନ ଦେଶ ଭିନ୍ନ ଅନ୍ତରିକ୍ଷ ଯାନ ଛାଡୁଛନ୍ତି ।

ତେବେ କିଛି ସ୍ପେଶ ଏଜେନ୍ସି ମଧ୍ୟ ଏହି କ୍ଷୁଦ୍ର ଗ୍ରହକୁ ସ୍ପେଶକ୍ରାଫ୍ଟ ଛାଡିବାକୁ ପ୍ରସ୍ତୁତି ଚଳାଇଛନ୍ତି । ୨୦୧୩ ମସିହାରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ୧୬ ସାଇକେକୁ ସାଟେଲାଇଟ ପଠାଇବାକୁ ଯୋଜନା କରିଥିଲା । କିନ୍ତୁ କୌଣସି କାରଣ ବଶତଃ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଭବିଷ୍ୟତରେ ଏଠାକୁ ଖୁବ ଶୀଘ୍ର ଯାନ ପଠାଯିବ । କାରଣ ଏହି ଗ୍ରହରେ ହୀରା ମଧ୍ୟ ଅଛି ବୋଲି ଦାବି କରିଛନ୍ତି କିଛି ବୈଜ୍ଞାନିକ । ଏବଂ ଆଶ୍ଚର୍ଯ୍ୟର ବିଷୟ ଯେ ପୃଥିବୀ ଠାରୁ ହୀରାର ପରିମାଣ ୧୬ ସାଇକେରେ ୧୭ ଗୁଣା ଅଧିକ ଅଛି । ଏସବୁ ବ୍ୟତୀତ ଗ୍ରହରେ ଏମିତି ବି କିଛି ଧାତୁ ଅଛି ଯାହା ହୀରା ଠାରୁ ମଧ୍ୟ ବେଶ ମୂଲ୍ୟବାନ । ତେବେ ଆଶା କରାଯାଉଛି ଯେ ୨୦୩୦ ମଧ୍ୟରେ ମହାକାଶର ଏହି କ୍ଷୁଦ୍ର ଗ୍ରହକୁ ଯାନ ପଠାଯିବ । ଏବଂ ଯଦି ବୈଜ୍ଞାନିକମାନଙ୍କ ୧୬ସାଇକେକୁ ନେଇ ଅନୁମାନ ସତ ହୁଏ ତେବେ ମଣିଷ ଏହି ଗ୍ରହରୁ ସୁନା, ହୀରା, ପ୍ଲାଟିନମ ପରି ମୂଲ୍ୟବାନ ବସ୍ତୁ ବାହାର କରିବାରେ ଚେଷ୍ଟା ଜାରି ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ