Masthead

ଗୁମୁରି ଗୁମୁରି କାନ୍ଦୁଛି ମାଆ

ଖଲ୍ଲିକୋଟ (ବଡ଼ ଖବର ବ୍ୟୁରୋ): ଶଯ୍ୟାଶାୟୀ ଭେଣ୍ଡିଆ ପୁଅ। ଗୁମୁରି ଗୁମୁରି କାନ୍ଦୁଛି ମାଆ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ଲୋଙ୍ଘର ଗ୍ରାମରେ ।

ଲୋଙ୍ଘର ଗ୍ରାମର ବଳରାମ ତରେଇ ଦୁଇବର୍ଷ ତଳେ ରୋଜଗାର ପାଇଁ ଯାଇଥିଲେ ବିଦେଶ । ଗାଁରେ ଝାଟିମାଟିର ଭଙ୍ଗା ଦଦରା ଘର। ବୃଦ୍ଧ ବାପା ସତ୍ୟ ତରେଇ, ମାଆ ରେଖି ତରେଇ ଓ ଭାଇଭଉଣୀଙ୍କ ବୋଝ ସମ୍ଭାଳୁ ଥିଲେ ବଳରାମ । ହେଲେ ସେ ଆଜି ଶଯ୍ୟା ଶାୟୀ । ବିଦେଶରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ବଳରାମ । ବିଦେଶରୁ ବହୁ ସମସ୍ୟା ଭିତରେ ଗାଁରେ ପହଞ୍ଚିଲେ । ବଳରାମଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଜାଣିବା ପରେ ପରିବାର ଲୋକ ସମ୍ପର୍କୀୟଙ୍କ ସହଯୋଗରେ ଚିକିତ୍ସା ପାଇଁ ବ୍ରହ୍ମପୁର ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ଜାଣିଲେ ,ସେ ହୃଦ ରୋଗରେ ପୀଡିତ । ତେଣୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ପରାମର୍ଶ ଦେଇଥିଲେ। ଲକଡାଉନ ଯୋଗୁଁ ସେଠାରେ ମଧ୍ୟ ଉପଯୁକ୍ତ ଚିକିତ୍ସା ହୋଇ ନପାରିବାରୁ ,ଏବେ ବଳରାମ କର୍ମକୁ ଆଦରି ପଡି ରହିଛନ୍ତି ଭଙ୍ଗା ଦଦରା ଝାଟି ମାଟି ଘରେ । ନା ପାଖରେ ଅଛି ଅର୍ଥ, ନା ଅଛି ପରିବାରର ସମ୍ବଳ । ଯାହା କିଛି ଥିଲା ବିକିଭାଙ୍ଗି,ଧାର କରଜ କରି ସରିଗଲା । ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ଲୋକେ । ଯଦି କୌଣସି ସରକାରୀ ସାହାଯ୍ୟ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବା ସଂସ୍ଥା ସହଯୋଗର ହାତ ବଢାନ୍ତି ତାହେଲେ ଉପଯୁକ୍ତ ଚିକିତ୍ସା ପାଇ ପାରନ୍ତେ ବଳରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ