Masthead

ଗୁମୁରି ଗୁମୁରି କାନ୍ଦୁଛି ମାଆ

ଖଲ୍ଲିକୋଟ (ବଡ଼ ଖବର ବ୍ୟୁରୋ): ଶଯ୍ୟାଶାୟୀ ଭେଣ୍ଡିଆ ପୁଅ। ଗୁମୁରି ଗୁମୁରି କାନ୍ଦୁଛି ମାଆ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ଲୋଙ୍ଘର ଗ୍ରାମରେ ।

ଲୋଙ୍ଘର ଗ୍ରାମର ବଳରାମ ତରେଇ ଦୁଇବର୍ଷ ତଳେ ରୋଜଗାର ପାଇଁ ଯାଇଥିଲେ ବିଦେଶ । ଗାଁରେ ଝାଟିମାଟିର ଭଙ୍ଗା ଦଦରା ଘର। ବୃଦ୍ଧ ବାପା ସତ୍ୟ ତରେଇ, ମାଆ ରେଖି ତରେଇ ଓ ଭାଇଭଉଣୀଙ୍କ ବୋଝ ସମ୍ଭାଳୁ ଥିଲେ ବଳରାମ । ହେଲେ ସେ ଆଜି ଶଯ୍ୟା ଶାୟୀ । ବିଦେଶରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ବଳରାମ । ବିଦେଶରୁ ବହୁ ସମସ୍ୟା ଭିତରେ ଗାଁରେ ପହଞ୍ଚିଲେ । ବଳରାମଙ୍କ ସ୍ବାସ୍ଥ୍ୟ ଖରାପ ଥିବା ଜାଣିବା ପରେ ପରିବାର ଲୋକ ସମ୍ପର୍କୀୟଙ୍କ ସହଯୋଗରେ ଚିକିତ୍ସା ପାଇଁ ବ୍ରହ୍ମପୁର ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ଜାଣିଲେ ,ସେ ହୃଦ ରୋଗରେ ପୀଡିତ । ତେଣୁ ଡାକ୍ତର ଅଧିକ ଚିକିତ୍ସା ପାଇଁ କଟକ ନେବାକୁ ପରାମର୍ଶ ଦେଇଥିଲେ। ଲକଡାଉନ ଯୋଗୁଁ ସେଠାରେ ମଧ୍ୟ ଉପଯୁକ୍ତ ଚିକିତ୍ସା ହୋଇ ନପାରିବାରୁ ,ଏବେ ବଳରାମ କର୍ମକୁ ଆଦରି ପଡି ରହିଛନ୍ତି ଭଙ୍ଗା ଦଦରା ଝାଟି ମାଟି ଘରେ । ନା ପାଖରେ ଅଛି ଅର୍ଥ, ନା ଅଛି ପରିବାରର ସମ୍ବଳ । ଯାହା କିଛି ଥିଲା ବିକିଭାଙ୍ଗି,ଧାର କରଜ କରି ସରିଗଲା । ଏବେ ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ଲୋକେ । ଯଦି କୌଣସି ସରକାରୀ ସାହାଯ୍ୟ କିମ୍ବା କୌଣସି ସହୃଦୟ ବ୍ୟକ୍ତି ବା ସଂସ୍ଥା ସହଯୋଗର ହାତ ବଢାନ୍ତି ତାହେଲେ ଉପଯୁକ୍ତ ଚିକିତ୍ସା ପାଇ ପାରନ୍ତେ ବଳରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ