Masthead

ରାସର୍ନକାର୍ଡ କରାଇଦେବା ନାଁରେ ହଡପ କଲେ ୩ ଲକ୍ଷ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ରାସନ ଚାଉଳ ଦୁର୍ନିତିର ପେଡ଼ି ଖୋଲିବାରେ ଲାଗିଛି । ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ମାଗଣାରେ ରାସନ ଚାଉଳ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ ଡିଲର ମାନେ ଗରିବ ହିତାଧିକାରୀଙ୍କୁ ଲୁଟୁଛନ୍ତି ।

ଅନ୍ୟପଟେ ନୂତନ ରାସନ କାର୍ଡ଼ କରାଇ ଦେବାକୁ କହି ଜଣକ ପିଛା ୩୦୦ରୁ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏଭଳି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ମା ଶୀତଳା ସ୍ୱୟଂ ସହାୟକା ଗୋଷ୍ଠୀ ନାମରେ । ଶୀତଳା ସ୍ୱୟଂ ସହାୟକା ଗୋଷ୍ଠୀକୁ ଶୁଜିତ ମଣ୍ଡଳ ନାମକ ଯୁବକ ଏହାର ଦାୟିତ୍ୱ ନେଇ ଚଳାଇ ଆସୁଥିଲେ। କୋରୋନା ସମୟରେ ୨୮ମାସର ରାସନ ଚାଉଳ ସିଧାସଳଖ ଆତ୍ମସାତ କରିଥିବା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ୩୦୦ଟଙ୍କା ନେଇ ନୂତନ ରାସନ କାର୍ଡ କରାଇ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ ଶୁଜିତ ।

ହିତାଧିକାରୀ ମାନେ ଅଭିଯୋଗ କଲେ ସେମାନଙ୍କୁ ନାଲିଆଖି ଦେଖାଉଥିଲେ ଶୁଜିତ ମଣ୍ଡଳ। ଉକ୍ତ ଘଟଣାକୁ ନେଇ ଜିଲ୍ଲା ବିଜେପି ସଂଖ୍ୟାଲଗୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅବଦୁଲ ଏହେମତ ଖାନ ବ୍ଲକ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଚାନ୍ଦବାଲି ଯୋଗାଣ ଅଧିକାରୀ ହରପ୍ରିୟା ସାହୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ସଂପୃକ୍ତ ଡିଲରଙ୍କ ଗୋଦାମ ଗୃହର କାଗଜ ପତ୍ର ଯାଞ୍ଚ କରି ଅନିୟମିତତା ଜାଣିବାକୁ ପାଇଥିଲେ । ତୁରନ୍ତ ହିତାଧିକାରୀଙ୍କ ବକେୟା ଚାଉଳ ଫେରସ୍ତ କରିବା ସହିତ ଟଙ୍କା ଫେରସ୍ତ କରିବା ପାଇଁ ଉକ୍ତ ଡିଲରକୁ ତାଗିଦ କରିବା ସହିତ କାର୍ୟ୍ୟାନୁଷ୍ଠାନ ନେବେବୋଲି ହିତାଧିକାରୀ ମାନଙ୍କୁ ପ୍ରତିଶୃୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ