Masthead

ରାସର୍ନକାର୍ଡ କରାଇଦେବା ନାଁରେ ହଡପ କଲେ ୩ ଲକ୍ଷ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ରାସନ ଚାଉଳ ଦୁର୍ନିତିର ପେଡ଼ି ଖୋଲିବାରେ ଲାଗିଛି । ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କ ପାଇଁ ମାଗଣାରେ ରାସନ ଚାଉଳ ଯୋଗାଇ ଦେଉଥିବା ବେଳେ କିଛି ଅସାଧୁ ଡିଲର ମାନେ ଗରିବ ହିତାଧିକାରୀଙ୍କୁ ଲୁଟୁଛନ୍ତି ।

ଅନ୍ୟପଟେ ନୂତନ ରାସନ କାର୍ଡ଼ କରାଇ ଦେବାକୁ କହି ଜଣକ ପିଛା ୩୦୦ରୁ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏଭଳି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ମା ଶୀତଳା ସ୍ୱୟଂ ସହାୟକା ଗୋଷ୍ଠୀ ନାମରେ । ଶୀତଳା ସ୍ୱୟଂ ସହାୟକା ଗୋଷ୍ଠୀକୁ ଶୁଜିତ ମଣ୍ଡଳ ନାମକ ଯୁବକ ଏହାର ଦାୟିତ୍ୱ ନେଇ ଚଳାଇ ଆସୁଥିଲେ। କୋରୋନା ସମୟରେ ୨୮ମାସର ରାସନ ଚାଉଳ ସିଧାସଳଖ ଆତ୍ମସାତ କରିଥିବା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ୩୦୦ଟଙ୍କା ନେଇ ନୂତନ ରାସନ କାର୍ଡ କରାଇ ଦେବାକୁ କହି ଟଙ୍କା ଆଦାୟ କରୁଥିଲେ ଶୁଜିତ ।

ହିତାଧିକାରୀ ମାନେ ଅଭିଯୋଗ କଲେ ସେମାନଙ୍କୁ ନାଲିଆଖି ଦେଖାଉଥିଲେ ଶୁଜିତ ମଣ୍ଡଳ। ଉକ୍ତ ଘଟଣାକୁ ନେଇ ଜିଲ୍ଲା ବିଜେପି ସଂଖ୍ୟାଲଗୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଅବଦୁଲ ଏହେମତ ଖାନ ବ୍ଲକ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଚାନ୍ଦବାଲି ଯୋଗାଣ ଅଧିକାରୀ ହରପ୍ରିୟା ସାହୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ସଂପୃକ୍ତ ଡିଲରଙ୍କ ଗୋଦାମ ଗୃହର କାଗଜ ପତ୍ର ଯାଞ୍ଚ କରି ଅନିୟମିତତା ଜାଣିବାକୁ ପାଇଥିଲେ । ତୁରନ୍ତ ହିତାଧିକାରୀଙ୍କ ବକେୟା ଚାଉଳ ଫେରସ୍ତ କରିବା ସହିତ ଟଙ୍କା ଫେରସ୍ତ କରିବା ପାଇଁ ଉକ୍ତ ଡିଲରକୁ ତାଗିଦ କରିବା ସହିତ କାର୍ୟ୍ୟାନୁଷ୍ଠାନ ନେବେବୋଲି ହିତାଧିକାରୀ ମାନଙ୍କୁ ପ୍ରତିଶୃୁତି ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ