Masthead

ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ୍ୟ ମାସ’ ଘୋଷଣା କଲା ଆମେରିକାର ଜର୍ଜିଆ ପ୍ରଦେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକାର ଜର୍ଜିଆ ପ୍ରଦେଶ ଅକ୍ଟୋବର ମାସକୁ ‘ହିନ୍ଦୁ ଐତିହ ମାସ’ ଭାବରେ ଘୋଷଣା କରିଛି । ଏପରିକି ଅକ୍ଟୋବର ମାସରେ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ମିଳିତ ଭାବରେ ପାଳନ କରାଯିବ । ଜର୍ଜିଆର ଗଭର୍ଣ୍ଣର ବ୍ରିଆନ କେମ୍ପଙ୍କ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏହା ସହିତ କେମ୍ପ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଯେଉଁସବୁ ଉତ୍ସବ ପାଳନ କରାଯିବ ତାହା ଏଠାରେ ମଧ୍ୟ ପାଳନ କରାଯିବ । ଅକ୍ଟୋବରମାସକୁ ଐତିହ ମାସ କୁହାଯାଇଛି କାରଣ ଏହି ମାସଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାସ । କାରଣ ଏହି ମାସରେ ପ୍ରମୁଖ ଉତ୍ସବ ସବୁ ପାଳନ କରାଯାଏ ।

ଯେପରିକି ନବରାତ୍ରୀ, ଦୀପାବଳି, ଆଦି ପର୍ବ ପାଳନ କରାଯାଏ । ଏଥିସହିତ କେମ୍ପ କହିଛନ୍ତି ଯେ ହିନ୍ଦୁ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧକୁ ଅସୁସରଣ କରିବା ଦ୍ୱାରା ମଣିଷ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ । ଜର୍ଜିଆ ସରକାରଙ୍କ ବିଜ୍ଞପ୍ତିରେ ହିନ୍ଦୁ ଧର୍ମକୁ ବିଶ୍ୱର ତୃତୀୟ ବୃହତ ଧର୍ମ ଭାବରେ ବିବେଚନା କରାଯାଇଛି । କାରଣ ବିଶ୍ଵର ୧୦୦କୋଟିରୁ ଉର୍ଦ୍ଧ ଲୋକ ଏହିଧର୍ମକୁ ଅନୁସରଣ କରୁଛନ୍ତି । ଏପରିକି ଆମେରିକାରେ ପ୍ରାୟ ୩୦ଲକ୍ଷ ଲୋକ ଏହି ଧର୍ମ ଅନୁସରଣ କରିଆସୁଛନ୍ତି । ଜର୍ଜିଆ ସରକାରଙ୍କ ଏପରି ନିଷ୍ପତିକୁ ଉତ୍ତର ଆକେରିକା ର ହିନ୍ଦୁ ସମନ୍ୱୟ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ଗଭର୍ଣ୍ଣର କେମ୍ପଙ୍କୁ ଧନ୍ୟବାଦ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ