Masthead

ନମାନିଲେ ତଣ୍ଡ ଗଣିବେ ଟେଲିକମ୍ ଅପରେଟର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସିଲା ସିମ୍ କାର୍ଡ ବିକ୍ରି ପାଇଁ ନୂଆ ନିୟମ । ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ନିଜ ଇଚ୍ଛାମୁତାବକ ଯେ କେହି ଚାହିଁଲେ ଆଉ ବିକ୍ରି କରିପାରିବେ ନାହିଁ ସିମ୍ କାର୍ଡ । ସିମ୍ କାର୍ଡ ବିକ୍ରି ପାଇଁ କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ଅନୁମତି । ସେପ୍ଟେମ୍ବର ୩୦ ସୁଦ୍ଧା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ୍ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହାର ଅମାନ୍ୟ କରାଯାଏ ତେବେ ପ୍ରତିଥର ପାଇଁ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ଟେଲିକମ୍ ଅପରେଟର ।

ଏହାଛଡା ଅଣ ପଞ୍ଜୀକୃତ ପଏଣ୍ଟ ଅଫ ସେଲ ଜରିଆରେ ଆକ୍ଟିଭେଟ ହୋଇଥିବା ସମସ୍ତଙ୍କ ମୋବାଇଲ ସଂଯୋଗର ପୁନଃଯାଞ୍ଚ ଲାଗି ସର୍କୁଲାର ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ସେପ୍ଟେମ୍ବର ୩୦ ସୁଦ୍ଧା ସମସ୍ତ ପୁରୁଣା ସିମ୍‌କାର୍ଡ ଭେଣ୍ଡରଙ୍କ ଡକ୍ୟୁମେଣ୍ଟ ଦାଖଲ ସହ ପଞ୍ଜୀକରଣ ସାରିବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି ସିମ୍‌କାର୍ଡ ବିକ୍ରେତାଙ୍କ ଡକ୍ୟୁମେଣ୍ଟ ଜାଲ ଥିବା ଜଣାପଡିବ ତେବେ ସେଭଳି କ୍ଷେତ୍ରରେ ଉକ୍ତ ସିମ୍‌କାର୍ଡ ବିକ୍ରେତାଙ୍କ ଦ୍ୱାରା ବିକ୍ରି ହୋଇଥିବା ସମସ୍ତ ସିମ୍‌କାର୍ଡର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ । ସରାକରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଇବର ଏକ୍ସପର୍ଟ ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୭୬ ହଜାର ଜାଲ ହ୍ୱାଟସଆପ ଆକାଉଣ୍ଟକୁ ବ୍ଲକ କରାଯିବା ସହ ୬୭ ହଜାର ସିମ୍‌କାର୍ଡ ଡିଲରଙ୍କୁ ବ୍ଲାକ ଲିଷ୍ଟ କରାଯାଇଛି । ସୂଚନା ଅନୁସାରେ ଓଡିଶାର ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଜାରି କରାଯାଇଥିବା ୫୨ ହଜାର ୮୮ ସନ୍ଦିଗ୍ଧ ମୋବାଇଲ ସଂଯୋଗ ଚିହ୍ନଟ କରାଟାଇଥିଲା ।

ଓଡିଶା ଟେଲିକମ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଏହି ସନ୍ଦିଗ୍ଧ ମୋବାଇଲ ସଂଯୋଗ ଗୁଡିକୁ ସମ୍ପୃକ୍ତ ଟେଲିକମ୍ ଅପରେଟରମାନେ ପୁନଃଯାଞ୍ଚ କରିବା ଫଳରେ ୫୧ ହଜାର ୨୬୦ଟି ସିମ୍‌କାର୍ଡ ଜାଲ ବୋଲି ଜଣାପଡିଥିଲା । ଏଭଳି ଜାଲିଆତି କାର୍ଯ୍ୟରେ ସମ୍ପୃକ୍ତ ଥିବା ମୋଟ ୨ ହଜାର ସିମ୍ ବିକ୍ରେତାଙ୍କ ମଧ୍ୟରୁ ମୋଟ ୪୧୭ ଜଣଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା