Masthead

ଆରଡିରେ ନିଆରା ଭାବେ ପାଳନ ହେଲା ଜନ୍ମାଷ୍ଟମୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ପବିତ୍ର ଜନ୍ମାଷ୍ଟମୀ ପାଇଁ ବୁଧବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର। ରୀତିନୀତି ଅନୁଯାୟୀ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ଏହିପରି ଭାବେ ହରି ଜନ୍ମାଷ୍ଟମୀ ନୀତି ନିମନ୍ତେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯିବା ସହ ମହାସ୍ନାନ, ତୁଳସୀ ଲାଗି ଆଦି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।

ସକାଳୁ ରାତ୍ର ଯାଏଁ ଭକ୍ତଙ୍କ ଦର୍ଶନ ଓ ଭୋଗଲାଗି ନିମନ୍ତେ ସାହଣମେଲା କରାଯାଇଥିଲା ପୂଜାମଣ୍ଡପକୁ। ସଂନ୍ଧ୍ୟାରେ ହରିବଂଶ ପଠନ ଷୋଡଶ ଉପଚାର ପୂଜା ସରିବା ପରେ ପୁରାଣ ବର୍ଣ୍ଣିତ ଅନୁଯାୟୀ ଅର୍ଦ୍ଧରାତ୍ରରେ ଅର୍ଥାତ ରାତ୍ର୧୨ଟାରେ ମନ୍ଦିର ପ୍ରାଙ୍ଗଣରେ କଂସ ମହିପାଳ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସେବାୟତମାନେ ଏକ ସୁସଜ୍ଜିତ ପଟୁଆରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଜେ କରାଇ ନଗରୀ କରିବା ପରେ ମନ୍ଦିର ବେଢା ପ୍ରାଙ୍ଗଣରେ ପହଁଚିଥିଲେ।

ସେଠାରେ ମହାରାଜ ଉଗ୍ରେସନ ବେଶରେ ସେବାୟତ ଭଗବାନ ଶ୍ରୀକୃର୍ଷ୍ଣଙ୍କୁ ବାଟ ଓଗାଳିବା ସହ ପରିଚୟ ପାଇବା ପରେ ପୁର୍ନବାର ମନ୍ଦିରକୁ ବିଜେ କରିଥିଲେ । ଭଗବାନ ଶ୍ରୀକୃର୍ଷ୍ଣ ଏହିପରି ନିଆରା ଭାବେ ପୂଜା ପାଉଥିବାରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ। ଏପରିକି ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଘଣ୍ଟାକିର୍ତ୍ତନରେ ଉତ୍ସବମୁଖର ହୋଇ ଉଠିଥିଲା ମନ୍ଦିର ପରିସର। ଏହି ନିଆରା ପରମ୍ପରା ଭାରତବର୍ଷରେ କେଉଁଠି ଦେଖିବାକୁ ମିଳିନଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ