ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା

ବାଲିଗୁଡା(ବଡ଼ ଖବର ବ୍ୟୁରୋ): ପୂଜାର୍ଚ୍ଚନା ପରେ ଆରମ୍ଭ ହେଲା ଫିରିଙ୍ଗିଆ ଥାନା କାର୍ଯ୍ୟ । ସୂଚନା ଥାଉ କି ଗତ ଅଗଷ୍ଟ ୫ ତାରିଖରେ ରାସ୍ତାରୋକ ସମୟରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ମାଡ ଓ ଥାନାକୁ ଜାଳିପୋଡି ନଷ୍ଟ କରିବା ସହ ସମସ୍ତ ଜିନିଷ ଓ କାଗଜ ପତ୍ର ପୋଡି ଭଙ୍ଗା ରୁଜା କରିଥିଲେ । ଏହି ଘଟଣା ପରେ ଫିରିଙ୍ଗିଆ ଥାନାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଗୁରୁତର ସହ ନେଇ ସମସ୍ତ କାର୍ଯ୍ୟକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରି ଆଜି ପୁଣି ଥରେ ପୂଜା କାର୍ଯ୍ୟ କରି ଥାନାରେ କାର୍ୟ୍ୟ ଆରମ୍ଭ କରିଛନ୍ତି ।

ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ଅଧିକାରୀ ସୁପ୍ରଶନ ମଲିକ ଯୋଗ ଦେଇଥିବା ବେଳେ ଥାନାର ବିଭିନ୍ନ କ୍ୱାଟରକୁ ବୁଲି ଦେଖି ଥିଲେ। ଅଂଚଳରେ ବର୍ତମାନ ପରିସ୍ଥିତି ଶାନ୍ତ ରହିଥିବା ବେଳେ ଶୃଙ୍ଖଳା ଫେରିଛି । ତେଣୁ ପୁଣି ଥରେ ଥାନା କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଲୋକେ ଥାନାର ସମସ୍ତ ସୁବିଧା ପାଇପାରିବେ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି । ସେହିପରି କନ୍ଧମାଳ ଏସପି କହିଛନ୍ତି କି ପୁଣିଥରେ ଥାନାରେ କାର୍ଯ୍ୟକାରୀ ହେବ। କିଏ ମଧ୍ୟ ଭୟଭୀତ ନ ହେବା ସହ ପୋଲିସକୁ ସାହାଯ୍ୟ କରିବା ପାଇଁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ