Masthead

ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା

ବାଲିଗୁଡା(ବଡ଼ ଖବର ବ୍ୟୁରୋ): ପୂଜାର୍ଚ୍ଚନା ପରେ ଆରମ୍ଭ ହେଲା ଫିରିଙ୍ଗିଆ ଥାନା କାର୍ଯ୍ୟ । ସୂଚନା ଥାଉ କି ଗତ ଅଗଷ୍ଟ ୫ ତାରିଖରେ ରାସ୍ତାରୋକ ସମୟରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ମାଡ ଓ ଥାନାକୁ ଜାଳିପୋଡି ନଷ୍ଟ କରିବା ସହ ସମସ୍ତ ଜିନିଷ ଓ କାଗଜ ପତ୍ର ପୋଡି ଭଙ୍ଗା ରୁଜା କରିଥିଲେ । ଏହି ଘଟଣା ପରେ ଫିରିଙ୍ଗିଆ ଥାନାକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଗୁରୁତର ସହ ନେଇ ସମସ୍ତ କାର୍ଯ୍ୟକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରି ଆଜି ପୁଣି ଥରେ ପୂଜା କାର୍ଯ୍ୟ କରି ଥାନାରେ କାର୍ୟ୍ୟ ଆରମ୍ଭ କରିଛନ୍ତି ।

ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ଅଧିକାରୀ ସୁପ୍ରଶନ ମଲିକ ଯୋଗ ଦେଇଥିବା ବେଳେ ଥାନାର ବିଭିନ୍ନ କ୍ୱାଟରକୁ ବୁଲି ଦେଖି ଥିଲେ। ଅଂଚଳରେ ବର୍ତମାନ ପରିସ୍ଥିତି ଶାନ୍ତ ରହିଥିବା ବେଳେ ଶୃଙ୍ଖଳା ଫେରିଛି । ତେଣୁ ପୁଣି ଥରେ ଥାନା କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଲୋକେ ଥାନାର ସମସ୍ତ ସୁବିଧା ପାଇପାରିବେ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି । ସେହିପରି କନ୍ଧମାଳ ଏସପି କହିଛନ୍ତି କି ପୁଣିଥରେ ଥାନାରେ କାର୍ଯ୍ୟକାରୀ ହେବ। କିଏ ମଧ୍ୟ ଭୟଭୀତ ନ ହେବା ସହ ପୋଲିସକୁ ସାହାଯ୍ୟ କରିବା ପାଇଁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି