Masthead

ପରିଣତ ବୟସରେ ସଂସାର ବୋଝ

ରାଜକନିକା ( ବଡ଼ ଖବର ବ୍ୟୁରୋ): ଯେଉଁ ବୟସରେ ପୁଅଙ୍କ ଆଦର, ସେବା ମିଳିବା କଥା, ସେଇ ବୟସରେ ଜଣେ ମାଆ ଭେଣ୍ଡିଆ ଦୁଇପୁଅଙ୍କ ବୋଝ ବୋହି ଚାଲିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇ ପଞ୍ଚୟାତର ଗଞ୍ଜା ଗାଁରେ ।

ଗଞ୍ଜା ଗାଁର ଏକ ନୁଆଳିଆ ଚାଳଘରେ ରୁହନ୍ତି କନକ । ସ୍ୱାମୀ କେଉଁ କାଳରୁ ଆରପାରିକୁ ଚାଲିଗଲେଣି । ପରିବାର କହିଲେ ଦୁଇ ଦିବ୍ୟାଙ୍ଗ ପୁଅ ପ୍ରତାପ ଓ ଦୀଲ୍ଲିପଙ୍କ ସହ ସହ ବୋହୁ ମମତା ଓ ଚାରି ନାତିନାତୁଣୀ । କନକଙ୍କ ଦୁଃଖ କହିଲେ ନସରେ । ରୋଜଗାର କରି ମାଆକୁ ପୋସିବା ବୟସରେ ପ୍ରତାପ ଓ ଦୀଲ୍ଲିପ ମାନସିକ ବିକାରଗ୍ରସ୍ତ । ପ୍ରତାପ ଜନ୍ମରୁ ମାନସିକ ବିକାରଗ୍ରସ୍ତ ଥିବାବେଳେ ଗଲା ୧୫ବର୍ଷ ହେବ ଦୀଲ୍ଲିପଙ୍କ ମାନସିକ ଅବସ୍ଥା ମଧ୍ୟ ସେୟା । ଫଳରେ ଏବେ ପୂରା ପରିବାରର ବୋଝ ମାଆ କନକ ଓ ସ୍ତ୍ରୀ ମମତାଙ୍କ କାନ୍ଧରେ । ପର ଘରେ ମୂଲଲାଗି ଯାହା ରୋଜଗାର ହୁଏ ୭ପ୍ରାଣୀ କୁଟୁମ୍ବର ପେଟକୁ ନିଅଣ୍ଟ । ଏମିତିରେ ଦୁଇ ପାଗଳ ଭାଇଙ୍କ ଚିକିତ୍ସା କରିବା ପରିବାର ପକ୍ଷେ କାଠିକର ପାଠ ।

ସରକାରୀ ସହାୟତା କହିଲେ ତହସିଦାରଙ୍କ ଦୟାରୁ ମିଳିଥିବା ଖଣ୍ଡେ ଜରିପାଲ । ଆବାସ ଖଣ୍ଡେ ପାଇଁ ସମସ୍ତଙ୍କୁ ଗୁହାରି କରି କରି ଥକି ଗଲେଣି ମମତା । ଏବେ ଭାଗ୍ୟକୁ ଆଦରି ୭ପ୍ରାଣୀ କିଟୁମ୍ବକୁ ନେଇ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ମମତା ।
ତେବେ ଏଠି ପ୍ରଶ୍ନ ଉଠୁଛି ଗରିବ କଲ୍ୟାଣ ଯୋଜନା କାହା ପାଇଁ । ପ୍ରକୃତ ହିତାଧିକାରୀ ଯଦି ଏଥିରୁ ବଞ୍ଚିତ ହୁଅନ୍ତିି ତେବେ ଏ ମାଳ ମାଳ ଯୋଜନାର ଲାଭ କ’ଣ । ସରକାରୀ ସହୟତା ମିଳିଲେ ପ୍ରତାପ ଓ ଦୀଲ୍ଲିପଙ୍କର ଚିକିତ୍ସା ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ