Masthead

ସଚେତନତା ନାଁ ରେ ଚାଲିଛି ଟାର୍ଗେଟ ପୂରଣ

ଭୁବନେଶ୍ୱର,(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ସାରା ଦେଶର ଲୋକଙ୍କ ପାଇଁ ଲାଗୁ ହୋଇଛି ନିୟମ । କରୋନା ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ ପଡ଼ିନି । କମିଶନରେଟ୍ ପୋଲିସ ପକ୍ଷରୁ କଟକ-ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ସଚେତନତା କାର୍ଯ୍ୟକ୍ରମ । ଅମାନିଆଙ୍କ ବିରୋଧରେ କଠୋର ହୋଇଥିଲା ପୋଲିସ । ମାତ୍ର ସଚେତନତା କରାଇବା ନାଁ ରେ ପୋଲିସ ପୂରଣ କରୁଛି ଟାର୍ଗେଟ । ଯଦି ପୋଲିସ ସଚେତନତା କରାଇବା ଉଦ୍ଦେଶ୍ୟ ରଖି ନିରିହ ଜନସାଧାରଣଙ୍କ ଉପରେ ଜୁଲୁମ୍ କରିବ ତେବେ ଲୋକଙ୍କର ପୋଲିସ ପ୍ରତି ଥିବା ସମ୍ମାନ ଆଉ ରହିବ ନାହିଁ ବୋଲି ରାଜଧାନୀବାସୀ କହୁଛନ୍ତି ।

ସୂଚନା ମୁତାବକ ଗତ କିଛିଦିନ ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସର ଏକ ଟିମ୍ ଆସି ସବୁଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଛକରେ ଗାଡ଼ିକୁ ଲଗାଇ ଆଦାୟ କରିବାରେ ଲାଗୁଛି ଫାଇନ୍ । ମାତ୍ର ଏହାକୁ ଫାଇନ୍ କୁହାଯିବ ନାହିଁ, ଫାଇନ୍ ନାଁରେ ଆଦାୟ ହେଉଛି ବଟି । ଯଦି କେହି ଲୋକ କୌଣସି ଦୋକାନ ନିକଟକୁ ଯାଇ ସିଗାରେଟ , ଚା , ଗୁଟଖା ଖାଇବା ପାଇଁ ତାଙ୍କ ମାସ୍କକୁ ବାହାର କରନ୍ତି, ତେବେ ତାଙ୍କଠୁ ନିଆଯାଉଛି ଫାଇନ୍ । ଏମିତି କି ଅନ୍ୟପଟେ ବହୁ ସ୍ଥାନୀୟ ଯୁବକ ବିନା ମାସ୍କରେ ବୁଲୁଥିବାବେଳେ ପୋଲିସ ପିସିଆର ତାଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ କରିବା ଦୂରର କଥା, ନଜର ବି ପକାଉନାହିଁ । କୌଣସି ବୃଦ୍ଧ ଲୋକ ଯଦି ମୁହଁରୁ ମାସ୍କ ବାହାର କରି ନିଜ ମୋବାଇଲରେ କଥା ହେଉଥାନ୍ତି, ତେବେ ତାଙ୍କୁ ଦୁର୍ବ୍ୟବହାର କରିବା ସହ କଟା ଯାଉଛି ଫାଇନ୍ । ସେହିପରି ହେଲମେଣ୍ଟ ପିନ୍ଧିବା ପରେ ଯଦି ମାସ୍କ ନ ପିନ୍ଧନ୍ତି ତେବେ କ’ଣ ଅପରାଧ ? କିଛି ପୋଲିସଙ୍କ ପାଇଁ ସାରା ପୋଲିସ ବିଭାଗ ହେଉଛି ବଦନାମ । ଖାଲି ଚନ୍ଦ୍ରଶେଖରପୁର ଅଞ୍ଚଳ ନୁହେଁ, ପ୍ରାୟ ଭୁବନେଶ୍ୱରର ସବୁ ଅଞ୍ଚଳରେ ଚାଲିଛି ପୋଲିସର ଦବଙ୍ଗଗିରି, ଯାହା ଏବେ ବେଶ୍ ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ପୋଲିସ ଦାଦା ବଟି ବିରୁଦ୍ଧରେ ଆରମ୍ଭ କରିଛି ତାର ଅପରେସନ ‘ଦାଦା ବଟି କୁ ନା । ‘ ଅନ୍ୟପଟେ ପୋଲିସ ନେଉଛି ବଟି । ପୋଲିସର ଏଭଳି କାର୍ଯ୍ୟ ରାଜଧାନୀବାସୀଙ୍କ ଦେହରେ ଯାଉନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ