Before Header

ଆଉ ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର

0 47

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଉ ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର । ଅଣଛାତ୍ରଙ୍କ ପ୍ରବେଶକୁ ନୋଟିସ ମାରିଲେ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ମାରପିଟ୍ ଓ ଅଶାନ୍ତ ସ୍ଥିତି ସୃଷ୍ଟି କରୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ । ଏନେଇ କଲେଜରେ ପୋଷ୍ଟର ଲଗାଯାଇଛି । ଗତକାଲି କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ କଲେଜରେ ବୈଠକ ବସିଥିଲା ।

କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲା ପୋଲିସ । ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ପୋଲିସ । ଏହାପୂର୍ବରୁ କ୍ୟାମ୍ପସରେ କ୍ରିକେଟ ଖେଳକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ ହୋଇଥିଲେ ।

Leave A Reply

Your email address will not be published.