Masthead

ପୁଅ ଓ ଝିଅ ପରେ ଆଖି ବୁଜିଲେ ମା

ଅତାବିରା(ବଡ଼ ଖବର ବ୍ୟୁରୋ):  ସୁଖର ସଂସାର ମାଟିରେ ମିଶିଗଲା । ଘରର ମୁଖ୍ୟଙ୍କ ମୃତ୍ୟୁପରେ ମର୍ମାହାତ ପରିବାରର ୩ଜଣ ସଦସ୍ୟ କୀଟନାଶକ ବିଶ ପିଇଥିଲେ । ଏଭଳି ଘଟଣା ବରଗଡ଼ ଜିଲ୍ଲାର ସୋହେଲା ଥାନା ଅଧୀନ ମାଷ୍ଟରପଧା ଠାରେ ଘଟିଛ । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ସୋହାଲାର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୁନା ମୁତାବକ ମାଷ୍ଟରପଡ଼ାରେ ବାସ କରୁଥିବା ଏକ ପାରିବାରର ମୁଖ୍ୟ ଅର୍ଜୁନ ସାହୁଙ୍କର ୬ ତାରିଖ ଦିନ ମୃତ୍ୟୁ ହୋଇଥିଲା । ଏହି ଖବର କୁ ସହି ନପାରି ଅର୍ଜୁନଙ୍କ ପତ୍ନୀ ସହ ପୁଅ ଓ ଝିଅ ଘରର କବାଟ ବନ୍ଦ କରି କୀଟନାଶକ ଔଷଧକୁ ପିଇ ଶୋଇପଡିଥିଲେ ।

ପରବର୍ତ୍ତି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଦାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲା ହସ୍ପିଟାଲକୁ ନେବା ସମୟରେ ଝିଅଟିର ମୃତ୍ୟୁ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ପୁଅ ଆଖି ବୁଜିଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ମାଆ ଚିକିତ୍ସା ହେଉଥିବା ବେଳେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ