Masthead

୩ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ଲକ୍ଷ୍ମୀପୁର(ବଡ଼ ଖବର ବ୍ୟୁରୋ): ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ୩ ଦଫା ଦାବି ନେଇ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଆଜିକୁ ପ୍ରାୟ ୫ ଦିନ ଧରି ଧାରଣା ଜାରି ରହିଥିବା ବେଳେ ୧୦୫ ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠ ପଢା ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି ।ସେପଟେ ଛାତ୍ର ଛାତ୍ରୀଙ୍କୁ ଠିକ୍ ରେ ମିଳି ପାରୁନି ମଧ୍ୟାହ୍ନ ଭୋଜନ ।

ଲକ୍ଷ୍ମୀପୁର ବ୍ଲକର ୮୯୪୮ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଂଚିତ ହୋଇଥିବା ଜଣାପଡିଛି।  ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜକୁ ପ୍ରାୟ ୫ ଦିନରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ପ୍ରତିବାଦରେ କରିଛନ୍ତି। ରାଜ୍ୟ ସରକାର ଦାବି ସମାଧାନ ପାଇଁ ୫ ତାରିଖ ଧାର୍ଯ୍ୟ କରିଥିଲେ ।ଗୁରୁ ଦିବସରେ ଗୁରୁଙ୍କୁ ରାଜ୍ୟ ସରକାର ଭେଟି ଦେବେ ବୋଲି ଶିକ୍ଷକ ମାନେ ଭାବି ନେଇଥିଲେ।

କିନ୍ତୁ ରାଜ୍ୟ ସରକାର ପୁଣି ୧୮ ତାରିଖ ଦିନ ଧାର୍ଯ୍ୟ କରିଥିବାରୁ ସମସ୍ତ ଶିକ୍ଷକ ଛୁଟିରେ ରହିବା ସହିତ ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଶିକ୍ଷକ ସଂଘର ସଦସ୍ୟ ଅରୁଣ ଦତ୍ତ ଏବଂ ଗୀତାଞ୍ଜଳୀ ପରିଡ଼ା ପ୍ରକାଶ କରିଛନ୍ତି। ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୟା ଗରଡ଼ା, ଏ. ରମେଶ କୁମାର ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଏହି ଧାରଣା ପଲ୍ଲୀଠୁ ରାଜଧାନୀ ଭୁବନେଶ୍ଵର ଯାଏଁ ଚାଲିଛି । ରାଜ୍ୟ ସରକାର ଆମ ଦାବି ଗୁଡ଼ିକ ନମାନନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଘ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?