Masthead

କେବେ ମିଳିବ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ?

ବାଣପୁର, (ବଡ଼ ଖବର ବ୍ୟୁରୋ): ଆଦିବାସୀମାନଙ୍କ ଉତ୍ଥାନ ଏବଂ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ବାରମ୍ବାର ଯେଜ୍ନା ପରେ ଯୋଜନା କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନିଳାଦ୍ରୀ ପ୍ରସାଦ ଓ ଦାମିଆ ବରବରା ଦୁଇ ବୃହତ ଆଦିବାସୀ ପଞ୍ଚାୟତରେ ଦେଖିବାକୁ ମିଳିଛି ଏହାର ବାସ୍ତବ ଚିତ୍ର । ଏହି ଦୁଇଟି ପଞ୍ଚାୟତରେ ପ୍ରାୟ ୧୪ ହଜାରରୁ ଅଧିକ ଜନବସତି। ୩୦ ବର୍ଗ କିଲୋମିଟର ଅଞ୍ଚଳରେ ଭାରତର ସର୍ବ ବୃହତ ସାଗୁଆନ ସଂରକ୍ଷଣ ଜଙ୍ଗଲରେ ଏମାନେ ବସବାସ କରନ୍ତି। ସରକାରଙ୍କ ଅନେକ ଯୋଜନା ଏଠାରେ ପହଞ୍ଚିବା ପୂର୍ବରୁ ହୋଇଯାଉଛି ବାଟମାରଣା। ଗରିବ ଆଦିବାସୀ ରୋଗାଗ୍ରସ୍ତ ହେଲେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା। ଏହି ଗ୍ରାମକୁ ଆମ୍ବୁଲାନ୍ସ ଆସିବା ସାତ ସପନ । ଦୁର୍ଗମ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆସିବା ଏବଂ କଷ୍ଟେମଷ୍ଟେ ମେଡ଼ିକାଲରେ ପହଞ୍ଚିବା ପୂର୍ବରୁ ଲୋକମାନଙ୍କ ଚାଲିଯାଉଛି ଜୀବନ ।

ଅଞ୍ଚଳବାସୀ ନିର୍ବାଚିତ ପ୍ରତିନିଧି (ସରପଞ୍ଚ) ସ୍ୱାସ୍ଥ୍ୟଗତ ଅସୁବିଧା ଓ ସ୍ଥାୟୀ ଡାକ୍ତର ନିଯୁକ୍ତିପାଇଁ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଅନେକ ଥର ଜଣାଇଥିଲେ ମଧ୍ୟ ତାହା ଫଳଶୁନ୍ୟ । ଜିଲ୍ଲାପାଳ, ସିଡିଏମଓ, ଓ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ସାମୂହିକ ଭାବେ ଜିଲ୍ଲା ମାସିକ ଜନ ଶୁଣାଣୀ ଦିବସରେ ଅବଗତ କରାଇଛନ୍ତି ଏହାସହିତ ସ୍ଥାନୀୟ ବିଧାୟକ, ଏମପିଙ୍କୁ ମଧ୍ୟ ଅନେକ ଥର ଜଣାଇଥିଲେ ମଧ୍ୟ ସମସ୍ତେ ଏହାକୁ ଅଣଦେଖା କରିଛନ୍ତି । ଆଦିବାସୀ ଉନ୍ନତିର ସମସ୍ତ ଘୋଷଣା ଓ ପ୍ରତ୍ସୋହନ ଏବେ ପାଲଟିଛି ପ୍ରହସନ। ଯାହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ନିଳାଦ୍ରୀ ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୟନୀୟ ଅବସ୍ଥାରୁ। ତେବେ କେବେ ଏହା ଉପରେ ପଡ଼ିବ ସରକାରଙ୍କ ନଜର, କେବେ ଦୂର ହେବ ଏମାନଙ୍କ ଦୁର୍ଦ୍ଦଶା ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ