Masthead

ଅଭିନେତା ଗୋବିନ୍ଦାଙ୍କୁ ଜେରା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଭିନେତା ଗୋବିନ୍ଦାଙ୍କୁ ଇଓଡବ୍ଲୁର ଜେରା । ୧ ହଜାର କୋଟି ଟଙ୍କା ଠକେଇ ମାମଲାରେ ହେବ ଜେରା  । ଭାରତରେ ପାନ୍ ଇଣ୍ଡିଆ ନାମକ ଏକ କମ୍ପାନି କରିଥିଲା ଠକେଇ  । କମ୍ପାନିରେ ଗୋବିନ୍ଦାଙ୍କ ସମ୍ପୃକ୍ତି ଥିବାରୁ କରାଯାଉଛି ଜେରା ।ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ଅଭିନେତା ଗୋବିନ୍ଦା ଆହୁଜାଙ୍କୁ ନୋଟିିସ ଜାରି କରାଯାଇଛି । ୧ହଜାର କୋଟି ଟଙ୍କାର ଅନଲାଇନ ଅର୍ଥ ଠକେଇ ମାମଲାରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଇଓଡବ୍ଲ୍ୟୁ ଗୋବିନ୍ଦାଙ୍କୁ ଜେରା କରିବ ।

ସମଗ୍ର ଭାରତବର୍ଷର ପାନ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଠକେଇ କରିଥିଲା । ଏହି ଠକେଇରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଜଣାପଡିଛି । ସୂଚନା ମୁତାବକ ସୋଲାର ଟେକ୍ନୋ ଆଲାଏନ୍ସ ନାମକ ଏକ କମ୍ପାନୀ ବିଶ୍ୱର ବିଭିନ୍ନ ଦେଶରେ ନିଜର ଶାଖା ଖୋଲି କ୍ରିପ୍ଟୋକରେନ୍ସି ନିବେଶ ବାହାନାରେ ଏକ ଅନଲାଇନ ପଞ୍ଜି ସ୍କିମ ଚଳାଇଥିଲା । କମ୍ପାନୀ ସାରା ଦେଶରେ ୨ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ ୧ ହଜାର କୋଟିରୁ ଅଧିକ ଟଙ୍କାର ଜମା ସଂଗ୍ରହ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ